ନୂଆଦିଲ୍ଲୀ:ଆଜି ପ୍ରକାଶ ପାଇବ CBSE ଦ୍ବାଦଶ ଫଳାଫଳ । ଅପରାହ୍ନ ୨ଟାରେ ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ରେଜଲ୍ଟ । ଏନେଇ CBSE ପକ୍ଷରୁ ସୂଚନା ମିଳିଛି ।
ପ୍ରକାଶ ଥାଉ କି କୋରୋନା ସଂକ୍ରମଣ ପାଇଁ ଚଳିତ ବର୍ଷ ଦ୍ବାଦଶ ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ପରୀକ୍ଷା ଫଳାଫଳ ପ୍ରସ୍ତୁତ କରିବାକୁ ସିବିଏସ୍ଇ ଦ୍ବାରା ମୂଲ୍ୟାଙ୍କନ ନୀତି ଜାରି କରାଯାଇଥିଲା । ମୂଲ୍ୟାଙ୍କନ ନୀତି ଆଧାରରେ ସିବିଏସ୍ଇ ଦ୍ବାରା ଏହି ବର୍ଷର ଫଳାଫଳ ପ୍ରସ୍ତୁତ କରାଯାଇଛି । ଛାତ୍ରଛାତ୍ରୀମାନେ cbseresult.nic.in ଓ cbse.gov.inରେ ଫଳାଫଳ ଉପଲବ୍ଧ ହେବ । ଏହା ବ୍ୟତୀତ ପରୀକ୍ଷା ଫଳାଫଳ ଡିଜି ଲକରରେ ମଧ୍ୟ ଅପଲୋଡ୍ ହେବ ।