ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଦ୍ବିତୀୟ ଟର୍ମ ପରୀକ୍ଷା ନେଇ ବିଜ୍ଞପ୍ତି ଜାରି ହୋଇଛି । ବୋର୍ଡ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା 26 ଏପ୍ରିଲରୁ ଆରମ୍ଭ ହେବ । ବର୍ତ୍ତମାନ ସମ୍ପୂର୍ଣ୍ଣ ତାରିଖ କାର୍ଯ୍ୟସୂଚୀ ଜାରି ହୋଇ ନଥିବା ବେଳେ ଏହା ମଧ୍ୟ ଖୁବଶୀଘ୍ର ପ୍ରକାଶ ପାଇବ । ସେହିପରି ପରୀକ୍ଷା ଅଫଲାଇନ ମୋଡରେ ହେବା ନେଇ ସ୍ପଷ୍ଟ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।
ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୁବଶୀଘ୍ର ତାରିଖ ଚୂଡାନ୍ତ ହେବ ଏବଂ ଛାତ୍ରଛାତ୍ରୀ ବୋର୍ଡର ଅଫିସିଆଲ ୱେବସାଇଟ www.cbse.nic.in ରେ ପରବର୍ତ୍ତୀ ସମୟରେ ଏନେଇ ସୂଚନା ପାଇପାରିବେ । ସେହିପରି ସାମାଜିକ ଗଣମାଧ୍ୟରେ ପରୀକ୍ଷା ସମ୍ପର୍କିତ କୌଣସି ତଥ୍ୟ ପ୍ରଘଟ କରାଗଲେ ତାକୁ ବିଶ୍ବାସ ନକରିବା ପାଇଁ ମଧ୍ୟ ବୋର୍ଡ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ।