ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଓ୍ବେବସାଇଟରେ ପ୍ରକାଶ ପାଇଲା ପରୀକ୍ଷା ଫଳ । ଚଳିତ ଥର ପାସ ହାର ରହିଛି 87.33 ପ୍ରତିଶତ ରହିଛି । କେରଳର ଥିରୁଅନନ୍ତପୁରମ ସର୍ବାଧିକ ପାସ ହାର 99.91 ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ ହାର 90.68 ପ୍ରତିଶତ ରହିଥିବା ବେଳେ ଛାତ୍ରମାନଙ୍କ ପାସ ହାର 84.87 ପ୍ରତିଶତ ରହିଛି । ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ ହାର 6.01 ପ୍ରତିଶତ ଅଧିକ ରହିଛି । ଚଳିତ ବର୍ଷ 16 ଲକ୍ଷ 96 ହଜାର 770 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଫେବୃଆରୀ 15ରୁ ଏପ୍ରିଲ 5 ମଧ୍ୟରେ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହୋଇଥିଲା । ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀମାନେ ବେସ ଉତ୍ସାହିତ ଅଛନ୍ତି।
results.cbse.nic.in ବା cbseresults.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଏହି ଓ୍ବେବସାଇଟରେ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ଦେଇ ଲଗଇନ କରିବା ପରେ ପରୀକ୍ଷା ଫଳ ଦେଖି ପାରିବେ । ଡିଜି ଲକର୍ ଏବଂ UMANG ଆପରେ ମଧ୍ୟ ରେଜଲ୍ଟ ଦେଖିପାରିବେ ।
ଏହା ମଧ୍ୟ ପଢନ୍ତୁ-Monkeypox: କୋରୋନା ପରେ ବିଶ୍ବ ମହାମାରୀ ତାଲିକାରୁ ହଟିଲା ମଙ୍କିପକ୍ସ