ଓଡିଶା

odisha

ETV Bharat / bharat

CBSE ଦଶମ ମୂଲ୍ୟାୟନ ତ୍ରୁଟି ଘଟଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ 24 ଘଣ୍ଟାରେ ହେଲା ସମାଧାନ - ମୂଲ୍ୟାଙ୍କନ ତ୍ରୁଟି ଘଟଣାରେ ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ

CBSE ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ । ୨୪ ଘଣ୍ଚାରେ ସମସ୍ୟାର ହେଲା ସମାଧାନ । ପ୍ରେସ ବିବୃତ୍ତିରେ ସୂଚନା ଦେଲେ ବୋର୍ଡ କର୍ତ୍ତୁପକ୍ଷ । ଅଧିକ ପଢନ୍ତୁ

CBSE ଦଶମ ମୂଲ୍ୟାୟନ ତ୍ରୁଟି ଘଟଣା: ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ 24 ଘଣ୍ଟାରେ ହେଲା ସମାଧାନ
CBSE ଦଶମ ମୂଲ୍ୟାୟନ ତ୍ରୁଟି ଘଟଣା: ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ 24 ଘଣ୍ଟାରେ ହେଲା ସମାଧାନ

By

Published : Mar 15, 2022, 5:21 PM IST

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(CBSE)ର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗର ମାତ୍ର ୨୪ ଘଣ୍ଟାରେ ସମାଧାନ ହୋଇଛି । ଅବ୍ୟବସ୍ଥା ସାମ୍ନାକୁ ଆସିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ହସ୍ତକ୍ଷେପ କରିଥିଲେ । CBSE ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯିବା ସହ ସମାଧାନ କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି । ଏହା ଦ୍ୱାରା 28ହଜାର 310 ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ବୋର୍ଡ କହିଛି ।

CBSE ଦଶମ ମୂଲ୍ୟାୟନ ତ୍ରୁଟି ଘଟଣା: ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ 24 ଘଣ୍ଟାରେ ହେଲା ସମାଧାନ
ସୂଚନା ଅନୁସାରେ, ଗତ 11 ତାରିଖରେ CBSE ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀଙ୍କୁ କମ୍‌ ମାର୍କ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଓଡିଆ ପରୀକ୍ଷାରେ ପ୍ରଶ୍ନ ଓ ଉତ୍ତରରେ ସାମଞ୍ଜସ୍ୟ ନଥିବା ମଧ୍ୟ ଅଭିଯୋଗ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ବୋର୍ଡ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିକ୍ଷାମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବୋର୍ଡ ତ୍ରୁଟି ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା ।


ଏହି କମିଟିର ଅନୁଧ୍ୟାନ ରିପୋର୍ଟ ଆଧାରରେ ସିବିଏସ୍ଇ ଦଶମ ଶ୍ରେଣୀ ଓଡିଆ ବିଷୟର OMRଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ସଠିକ୍ ଉତ୍ତର ସହ ମୂଲ୍ୟାଙ୍କନ କରିଥିଲେ । ଛାତ୍ରଛାତ୍ରୀଙ୍କ ସଂଶୋଧିତ ମୂଲ୍ୟାୟନ ମାର୍କକୁ ସମ୍ପୃକ୍ତ ବିଦ୍ୟାଳୟଗୁଡିକୁ ପଠାଇ ଦିଆଯାଇଛି । ଏହା ଦ୍ୱାରା ସମସ୍ୟାରେ ଥିବା ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details