ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE) ମୂଲ୍ୟାଙ୍କନ ଫର୍ମୁଲାକୁ ନେଇ ସନ୍ତୁଷ୍ଟ ନାହାଁନ୍ତି ଦଶମ ଓ ଦ୍ବାଦଶ ଶ୍ରେଣୀର ଅନେକ ଛାତ୍ରଛାତ୍ରୀ । ତେବେ ଏହି ଛାତ୍ରଛାତ୍ରୀଙ୍କୁ ଅଗଷ୍ଟରେ ଲିଖିତ ପରୀକ୍ଷା ଦେବାର ସୁଯୋଗ ଦେବ ସିବିଏସଇ । ଏନେଇ ଶୁକ୍ରବାର ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ।
ଶିକ୍ଷାମନ୍ତ୍ରୀ କହିଛନ୍ତି, ଦଶମ ଓ ଦ୍ବାଦଶ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ସିବିଏସଇ ମୂଲ୍ୟାଙ୍କନରେ ସନ୍ତୁଷ୍ଟ ନାହାଁନ୍ତି ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ । ଅଗଷ୍ଟରେ ଲିଖିତ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ।