ଓଡିଶା

odisha

ETV Bharat / bharat

ବନ୍ଦ ହେବନି CBSE ଦ୍ବାଦଶ ପରୀକ୍ଷା, ଦିଲ୍ଲୀକୁ ଛାଡି ସବୁ ରାଜ୍ୟ ପ୍ରସ୍ତୁତ - CBSE ଦ୍ବାଦଶ ପରୀକ୍ଷା

ଜୁନ ପହିଲାରେ ସିବିଏସଇର ଦ୍ବାଦଶ ପରୀକ୍ଷା ତାରିଖ ଘୋଷଣା କରାଯିବ । ଦିଲ୍ଲୀକୁ ଛାଡି ସବୁ ରାଜ୍ୟ ପ୍ରସ୍ଚୁତ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବନ୍ଦ ହେବନି CBSE ଦ୍ବାଦଶ ପରୀକ୍ଷା, ଦିଲ୍ଲୀକୁ ଛାଡି ସବୁ ରାଜ୍ୟ ପ୍ରସ୍ତୁତ
ବନ୍ଦ ହେବନି CBSE ଦ୍ବାଦଶ ପରୀକ୍ଷା, ଦିଲ୍ଲୀକୁ ଛାଡି ସବୁ ରାଜ୍ୟ ପ୍ରସ୍ତୁତ

By

Published : May 23, 2021, 6:15 PM IST

ନୂଆଦିଲ୍ଲୀ: ମହାମାରୀ ସଙ୍କଟ ମଧ୍ୟରେ ଅନୁଷ୍ଠିତ ହେବ ସିବିଏସଇ ବୋର୍ଡର ଦ୍ବାଦଶ ପରୀକ୍ଷା । ପରୀକ୍ଷା କେଉଁ ଫର୍ମାଟରେ ହେବ, କେବେ ହେବ ଏବଂ କିପରି ହେବ ଏହାର ସୂଚନା ଜୁନ ପହିଲାରେ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ।

ଜୁନ ପହିଲାରେ ସିବିଏସଇର ଦ୍ବାଦଶ ପରୀକ୍ଷା ତାରିଖ ଘୋଷଣା କରାଯିବ । ସୂଚନା ଅନୁଯାୟୀ, ଗତ ବର୍ଷ କୋଭିଡ ପ୍ରୋଟୋକଲ ମଧ୍ୟରେ ଜୁଲାଇ ମାସରେ ଯେଭଳି ପରୀକ୍ଷା ହୋଇଥିଲା ଏଥର ମଧ୍ୟ ସେଭଳି ହେବାର ସମ୍ଭାବନା ରହିଛି ।

ଦ୍ବାଦଶ ପରୀକ୍ଷା ଅବଜେକ୍ଟିଭ ପେପର ମାଧ୍ୟମରେ ହେବ । ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀକୁ ଛାଡି ସମସ୍ତ ରାଜ୍ୟ ଦ୍ବାଦଶ ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି। ହୋମ୍‌ ସେଣ୍ଟରରେ ହିଁ ପରୀକ୍ଷା ଆୟୋଜିତ କରାଯିବ ବୋଲି ସୂତ୍ରରୁ ପ୍ରକାଶ । ପାସୱାର୍ଡ ପ୍ରୋଟେକ୍ଟିଭ ଇ-ପେପର ପରୀକ୍ଷା କେନ୍ଦ୍ରକୁ ପଠାଯିବ । ଏହି ବୈଠକରେ ଜୁନ୍ ଶେଷ ସପ୍ତାହରେ ପରୀକ୍ଷା କରାଇପାରେ ସିବିଏସଇ ।

ABOUT THE AUTHOR

...view details