ନୂଆଦିଲ୍ଲୀ: 10ମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମୂଲ୍ୟାଙ୍କନ ନୀତି ଘୋଷଣା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) । କୋରୋନା ସଂକ୍ରମଣ ଯୋଗୁଁ ବାତିଲ ହୋଇଥିବା 10 ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ସାରଣୀ ପାଇଁ CBSE ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକୁ 8 ସଦସ୍ୟ ବିଶିଷ୍ଟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍କିଂ ପ୍ରକ୍ରିୟାରେ ପାରଦର୍ଶିତା ଓ ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦେବାକୁ କହିଛି CBSE ।
CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ନେଇ ଗାଇଡଲାଇନ । ମେ 5 ସୁଦ୍ଧା ପରୀକ୍ଷା ଫଳ କମିଟି ଗଠନ କରିବ ସ୍କୁଲ । ଜୁନ୍ 5 ସୁଦ୍ଧା CBSEକୁ ଚୂଡ଼ାନ୍ତ ତାଲିକା ପଠାଯିବ । ଜୁନ୍ 11 ସୁଦ୍ଧା 20 ନମ୍ବରର ଆଭ୍ୟନ୍ତରୀଣ ମୂଲ୍ୟାୟନ ତାଲିକା ପଠାଯିବ । ଅବଶିଷ୍ଟ 80 ମାର୍କ ସ୍କୁଲରେ ହୋଇଥିବା ପରୀକ୍ଷା ଆଧାରରେ ମୂଲ୍ୟାୟନ ହେବ ।
ୟୁନିଟ ଟେଷ୍ଟ ଆଧାରରେ ସର୍ବାଧିକ 10 ନମ୍ବର ଦିଆଯିବ । ଷାଣ୍ମାସିକ ପରୀକ୍ଷା ଆଧାରରେ ସର୍ବାଧିକ 30 ନମ୍ବର, ପ୍ରି-ବୋର୍ଡ ପରୀକ୍ଷା ଆଧାରରେ ସର୍ବାଧିକ 40 ନମ୍ବର ଦିଆଯିବ । ତେବେ ଆସନ୍ତା ମାସ 20 ତାରିଖରେ ଫଳ ଘୋଷଣା ପାଇବ ବୋଲି CBSE ପ୍ରକାଶ କରିଛି ।