ପାଟନା:ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ । ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ଘରେ ସିବିଆଇ ଟିମ ପ୍ରବେଶ କରିଛି । ବିହାର ପାଟନା ସ୍ଥିତ ଘରେ ସିବିଆଇ ପହଞ୍ଚି ପଚରାଉଚରା କରିଥିବା ସୂଚନା ମିଳିଛି । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ପଚରାଉଚରା ହେଉଥିବା ଜଣାପଡିଛି ।
କିଛି ଦିନ ତଳେ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ସମନ ହୋଇଥିଲା । ଏହାସହିତ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ପାଇଁ ସମସ୍ୟା ବଢିଥିଲା । ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପତ୍ନୀ ରାବ୍ରୀ ଦେବୀ ଏବଂ ବଡ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀଙ୍କୁ ସମନ ଜାରି କରିଥିଲେ । ଜମି ବଦଳରେ ଚାକିରି ଦେବା ମାମଲାରେ ସିବିଆଇ ଦାଏର କରିଥିବା ଚାର୍ଜସିଟ ଉପରେ କୋର୍ଟ ସମନ କରିଥିଲେ । ମାର୍ଚ୍ଚ 15ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ସିବିଆଇ ରାବ୍ରୀ ଦେବୀଙ୍କ ଘରେ ପହଞ୍ଚି ମାମଲାରେ ପଚରାଉଚରା କରିଛି । ଏନେଇ ଜଣେ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି ।
ଏହା ବି ପଢନ୍ତୁ...ଆଜି ସରୁଛି ଦ୍ବିତୀୟ ରିମାଣ୍ଡ ଅବଧି, କୋର୍ଟରେ ହାଜର ହେବେ ସିସୋଦିଆ