ଓଡିଶା

odisha

ETV Bharat / bharat

Delhi Excise Policy: ସିବିଆଇରେ ହାଜର ହେବେ ସିସୋଦିଆ, ମାଆଙ୍କ ଆର୍ଶୀବାଦ ନେଇ ଘରୁ ବାହାରିଲେ - cbi to interrogate manish sisodia

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରିବ ସିବିଆଇ । ଘରୁ ମାଆଙ୍କ ଆର୍ଶୀବାଦ ନେଇ ରାଜଘାଟ ଅଭିମୁଖେ ବାହାରିଛନ୍ତି ସିସୋଦିଆ । ଅଧିକ ପଢନ୍ତୁ

Delhi Excise Policy
cbi to question manish sisodia today

By

Published : Feb 26, 2023, 11:01 AM IST

ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ପୁଣିଥରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରିବ ସିବିଆଇ । ମଦ ଦୁର୍ନୀତି ମାମଲାରେ ସିବିଆଇରେ ହାଜର ହେବାକୁ ଘରୁ ମାଆଙ୍କ ଆର୍ଶୀବାଦ ନେଇ ରାଜଘାଟ ଅଭିମୁଖେ ବାହାରି ସାରିଛନ୍ତି ସିସୋଦିଆ । ପୂର୍ବରୁ ତାଙ୍କୁ ଗତ 19 ତାରିଖରେ ସିବିଆଇରେ ହାଜର ହେବାକୁ ସମନ ଜାରି ହୋଇଥିଲା । ମାତ୍ର ଏନେଇ ସପ୍ତାହେ ସମୟ ମାଗିଥିଲେ ସିସୋଦିଆ ।

ଏହି ମଦ ଦୁର୍ନୀତି ମାମଲାରେ ତିନି ମାସ ତଳେ ତଦନ୍ତକାରୀ ସଂସ୍ଥା ଦ୍ବାରା କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଅଭିଯୁକ୍ତ ଭାବେ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ନାଁ ନଥିଲା । ସିସୋଦିଆ ଏବଂ ଅନ୍ୟ କିଛି ସନ୍ଦିଗ୍ଧଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଥିବାରୁ ଚାର୍ଜସିଟରେ ନାଁ ନଥିବା ସିବିଆଇ କହିଥିଲା ।

ଆଜି ଜେରା ପୂର୍ବରୁ ମନୀଷ ସିସୋଦିଆ ଟ୍ବିଟ କରି କହିଛନ୍ତି, ''ଆଜି ପୁଣି ସିବିଆଇ ଯାଉଛି । ସମସ୍ତ ଯାଞ୍ଚ ପ୍ରକ୍ରିୟାରେ ସହାୟତା କରିବି । କୋଟି କୋଟି ଦେଶବାସୀଙ୍କ ଆର୍ଶୀବାଦ ମୋ ଉପରେ ଅଛି । କିଛି ମାସ ଜେଲରେ ରହିବାକୁ ପଡିବ ତ କିଛି ଅସୁବିଧା ନାହିଁ । ଦେଶ ପାଇଁ ଭଗତ ସିଂହ ଫାଶୀକୁ ଗ୍ରହଣ କରିଥିଲେ । ଏହି ମିଥ୍ୟା ଅଭିଯୋଗରେ ଜେଲ ଯିବା ବହୁତ ଛୋଟ କଥା ।''

ସିବିଆଇ ଜେରା ପାଇଁ ସିସୋଦିଆ ଘରୁ ରାଜଘାଟରେ ଜାତିର ପିତା ମାହାତ୍ମା ଗାନ୍ଧୀଙ୍କୁ ପ୍ରଣାମ କରିଛନ୍ତି । ଘରୁ ହସି ହସି ବିଜୟ ସାଇନ ଦେଇ ବାହାରିଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଆପ କର୍ମକର୍ତ୍ତା ରାସ୍ତାରେ ବସି ସିବିଆଇ ଜେରାକୁ ବିରୋଧ କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ କରି ସିସୋଦିଆଙ୍କୁ ସମର୍ଥନ କରିଛନ୍ତି । ଭଗବାନ ତୁମ ସହ ଅଛନ୍ତି ବୋଲି କହିଛନ୍ତି । ସେପଟେ ସିସୋଦିଆଙ୍କୁ ଜେରା କରିବାକୁ ସିବିଆଇ ଏକ ପ୍ରଶ୍ନର ଲମ୍ବା ଲିଷ୍ଟ ପ୍ରସ୍ତୁତ କରିଛି । ସିବିଆଇ ମୁଖ୍ୟାଳୟର ଆଖପାଖ ଅଞ୍ଚଳରେ 144 ଧାରା ଲାଗୁ ହୋଇଛି ।

ଏହା ବି ପଢନ୍ତୁ....ସ୍କୁଟିକୁ ଧକ୍କା ଦେବାପରେ ୨ କିଲୋମିଟର ଘୋଷାଡି ନେଲା ଟ୍ରକ, ଜେଜେବାପା-ନାତି ମୃତ

ପ୍ରକାଶଥାଉ କି, ମଦ ଦୁର୍ନୀତି ମାମଲାରେ କିଛି ଦିନ ତଳେ ଇଡି ଆନ୍ଧ୍ରପ୍ରଦେଶ ୱାଇଏସଆଇଆର କଂଗ୍ରେସ ପାର୍ଟିର ସାଂସଦ ମଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ମଗୁଣ୍ଟା ରାଘବଙ୍କୁ ଗିରଫ କରିଥିଲା । ଏହାପୂର୍ବରୁ ସିବିଆଇ ଦ୍ବାରା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ପୂର୍ବତନ ଚାଟାର୍ଡ ଆକାଉଣ୍ଟଙ୍କୁ ଗିରଫ କରିଥିଲା। ମଦ ଦୁର୍ନୀତି ମାମଲାରେ ଗତବର୍ଷ ଅକ୍ଟୋବର ୧୭ ତାରିଖରେ ମନୀଷ ସିସୋଦିଆଙ୍କୁ ସିବିଆଇ ଜେରା କରିଥିଲା । ପାଖାପାଖି ୯ ଘଣ୍ଟା ଧରି ସିବିଆଇର ପ୍ରଶ୍ନର ସାମ୍ନା କରିଥିଲେ ଆପ୍ ନେତା ।

ABOUT THE AUTHOR

...view details