ମୁମ୍ବାଇ:ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ସୋମବାର ଚଢାଉ କରିଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ(CBI) । ମନି ଲଣ୍ଡରିଂ ମାମଲାରେ ନାଗପୁରରେ ଥିବା ଦେଶମୁଖଙ୍କ ବାସଭବନରେ ସିବିଆଇ ଚଢାଉ କରିଥିବାବେଳେ ଅନିଲଙ୍କ ପୁଅକୁ ଗିରଫ ୱାରେଣ୍ଟ ଜାରି କରିଛି । ସିବିଆଇର ୭ ଜଣିଆ ଟିମ ନାଗପୁରସ୍ଥିତ ଅନିଲଙ୍କ ବାସଭବନରେ ଚଢାଉ କରିଛନ୍ତି ।
ଏହା ବି ପଢନ୍ତୁ: Money Laundering Case: ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀଙ୍କ ଘରେ EDର ଚଢାଉ
ଗତ ଅକ୍ଟୋବର ୬ ତାରିଖରେ ମହାରାଷ୍ଟ୍ର ଡେପୁଟି ଗୃହ ସଚିବ କୈଳାଶ ଗାଇକ୍ବାଡ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଇଡି ମନି ଲଣ୍ଡରିଂକୁ ରୋକିବା ଧାରା (PMLA) ଅନୁସାରେ ଦେଶମୁଖଙ୍କ ବିରୋଧରେ ତଦନ୍ତ ଚଳାଇଛି । ଅନିଲ ଦେଶମୁଖଙ୍କ ଉପରେ ପ୍ରତିମାସ 100 କୋଟି ଟଙ୍କା ବଟି ଆଦାୟର ଅଭିଯୋଗ ଲଗାଇଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ଏହାସହ ଗତ ମାସ ମୁମ୍ବାଇର 10ଟି ବଡ ବାର ମାଲିକ ଅନିଲ ଦେଶମୁଖଙ୍କୁ 4 କୋଟି ଟଙ୍କା ଦେବାର କଥା କହିଥିଲେ । ଏହି ଟଙ୍କା ନେଣଦେଣ ମାମଲାରେ ଇଡିକୁ ମିଳିଥିଲା ସୁରାକ । ଆଉ ଏହାରି ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଛି ସିବିଆଇ ଓ ଇଡି ।