ଓଡିଶା

odisha

ETV Bharat / bharat

ମହନ୍ତ ନରେନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ମାମଲା ରୁଜୁ କଲା CBI - କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା

ଅଖିଳ ଭାରତ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ନିଜ ଆଡୁ ମାମଲା ରୁଜୁ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(CBI) । ଅଧିକ ପଢନ୍ତୁ...

ମହନ୍ତ ନରେନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ମାମଲା ରୁଜୁ କଲା CBI
ମହନ୍ତ ନରେନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ମାମଲା ରୁଜୁ କଲା CBI

By

Published : Sep 24, 2021, 3:52 PM IST

ଲକ୍ଷ୍ନୌ: ଅଖିଳ ଭାରତୀ ଅଖାଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । CBIର ୫ ଜଣିଆ ଟିମ୍ ପ୍ରୟାଗରରେ ଗୁରୁବାର ପହଞ୍ଚି ମାମଲା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଥିଲା । ତେବେ ଆଜି (ଶୁକ୍ରବାର) ଏହି ଘଟଣାରେ ମାମଲା ରୁଜୁ କରିଛି । ସିବିଆଇ ଟିମ 12ଟି ମୁଦ୍ଦା ଉପରେ ଅନୁସନ୍ଧାନ କରିବ ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ: ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା: CBI ତଦନ୍ତ ପାଇଁ ସୁପାରିଶ କଲେ ଯୋଗୀ

ଏହି ମାମଲାର ତଦନ୍ତଭାର ସିବିଆଇକୁ ଦେବା ପାଇଁ ଉତ୍ତରପ୍ରଦେଶ ସରକାରର ଗୃହ ବିଭାଗ ସୁପାରିଶ କରିଥିଲା । ଏହାପରେ ଗୁରୁବାର ଅପରାହ୍ନରେ ସିବିଆଇର ୫ ଜଣିଆ ଟିମ ପ୍ରୟାଗରାଜରେ ପହଞ୍ଚିଥିଲା । ତେବେ ତଦନ୍ତଭାର ନେବା ପୂର୍ବରୁ ସିବିଆଇର ଜଣେ ଅଧିକାରୀ ମାମଲା ସମ୍ପର୍କରେ ସମସ୍ତ ସୂଚନା ସଂଗ୍ରହ କରିଥିଲେ । ଏହି ସମୟରେ ସିବିଆଇ ସହିତ SIT ଟିମ ଓ ପ୍ରୟାଗରାଜ ପୋଲିସ ମଧ୍ୟ ଉପସ୍ଥିତ ଥିଲେ । ସିବିଆଇ FIR ଆଧାରରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ: ବୁଦ୍ଧୁରୁ ମହନ୍ତ ନରେନ୍ଦ୍ର ଗିରି ଯାତ୍ରା ... କେମିତି ଥିଲା ପିଲାଦିନ କିଭଳି ଆସିଲେ ଆଧ୍ୟାତ୍ମିକ ଜଗତ?

ତେବେ ସୂଚନା ଥାଉ କି ଗତ ସେପ୍ଟେମ୍ବର ୨୦ ତାରିଖରେ ଅଖିଳ ଭାରତୀୟ ଅଖାଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହକୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ଘରୁ ସୁଇସାଇଡ ନୋଟ ମଧ୍ୟ ପୋଲିସ ହାତରେ ଲାଗିଥିଲା । ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିବା ସହିତ ୩ ଜଣଙ୍କ ନାମ ମଧ୍ୟ ଲେଖିଥିଲେ । ସେହି ୩ ଜଣଙ୍କ ମଧ୍ୟରେ ମହନ୍ତ ନରେନ୍ଦ୍ରଙ୍କ ଶିଷ୍ୟ ସ୍ବାମୀ ଆନନ୍ଦ ଗିରିଙ୍କ ସହିତ ଅନ୍ୟ ୨ ଜଣ ହେଉଛନ୍ତି ହନୁମାନ ମନ୍ଦିରର ମୁଖ୍ୟ ପୂଜାରୀ ଆଦ୍ୟା ତିୱାରୀ ଓ ଆଦ୍ୟା ତିୱାରୀଙ୍କ ପୁଅ ସନ୍ଦୀପ ଦିୱାରୀ ।

ଏହା ବି ପଢନ୍ତ: ମନ୍ତ୍ର ଉଚ୍ଚାରଣ ପୁଷ୍ପବର୍ଷା ମଧ୍ୟରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧୀ

ପୋଲିସ ଆଧ୍ୟା ତିୱାରୀଙ୍କ ପୁଅ ସନ୍ଦୀପ ତିୱାରୀଙ୍କୁ ଖୋଜୁଥିଲା, ଯାହାକୁ ଡିଆଇଜି ଦ୍ବାରା ଗଠିତ ଏସଆଇଟି ବୁଧବାର ଗିରଫ କରିଥିଲା । ବୁଧବାର ସନ୍ଧ୍ୟାବେଳେ ପୋଲିସ ଆନନ୍ଦ ଗିରି ଏବଂ ଆଧ୍ୟା ତିୱାରୀଙ୍କୁ ମଧ୍ୟ କୋର୍ଟରେ ହାଜର କରିଥିଲା ଯେଉଁଠାରୁ କୋର୍ଟ ଉଭୟଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details