ଜୟପୁର:ସିବିଆଇ ସ୍କାନରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇ । କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ(Agrasen Gehlot) ବାସଭବନରେ ରେଡ୍ କଲା ସିବିଆଇ । ସାର ଦୁର୍ନୀତି ଅଭିଯୋଗରେ ଅଗ୍ରସେନଙ୍କ ଯୋଧପୁର ସ୍ଥିତ ବାସଭବନରେ ରେଡ୍ ଚାଲିଛି । ଆଜି(ଶୁକ୍ରବାର) ସକାଳେ ସିବିଆଇ ଟିମ୍ ତାଙ୍କ ବାସଭବନରେ ପହଞ୍ଚି ତଲାସି କରୁଛନ୍ତି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ CBI ରେଡ୍ - ଅଶୋକ ଗେହଲଟଙ୍କ ଭାଇ ଘରେ ସିବିଆଇ ରେଡ୍
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇଙ୍କ ବାସଭବନରେ ସିବିଆଇ(CBI) ରେଡ୍ । ଅଧିକ ପଢନ୍ତୁ
![ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ CBI ରେଡ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ CBI ରେଡ୍](https://etvbharatimages.akamaized.net/etvbharat/prod-images/768-512-15583354-thumbnail-3x2-raj.jpg)
ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ CBI ରେଡ୍
ଅଗ୍ରସେନ ଗେହଲଟ ଜଣେ ସାର ବ୍ୟବସାୟୀ ଅଟନ୍ତି । ବଡ ଧରଣର ସାର ଦୁର୍ନୀତି ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ପଚରାଉଚରା କରିଥିଲା । ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ୨୦୦୭ରୁ ୨୦୦୯ ମସିହା ମଧ୍ୟରେ ୟୁପିଏ ସରକାର କ୍ଷମତାରେ ଥିବା ସମୟରେ ଅଗ୍ରସେନ ଗେହଲଟ ଷଡଯନ୍ତ୍ର କରି ବିପୁଳ ପରିମାଣର ଏମଓପି ସାର( Murate of Potash) ବିଦେଶକୁ ରପ୍ତାନୀ କରିଥିଲେ, ଯାହାକି ଭାରତୀୟ କୃଷକଙ୍କ ପାଇଁ ସବସଡି ହାରରେ ଉର୍ଦ୍ଧିଷ୍ଟ ଥିଲା । ଏହି ଅଭିଯୋଗ ଆଧାରରେ ସିବିଆଇ ଆଜି ତାଙ୍କ ବାସଭବନରେ ରେଡ୍ କରିଛି ।
Last Updated : Jun 17, 2022, 12:24 PM IST