ଶ୍ରୀନଗର:ଜମ୍ମୁ କାଶ୍ମୀର ଓ ହରିୟାଣାର ୭ଟି ସ୍ଥାନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଏକକାଳୀନ ଚଢାଉ ଜାରି ରହିଛି । ଜମ୍ମୁ କାଶ୍ମୀର ପୋଲିସ ବିଭାଗରେ ଏସ.ଆଇ (JKPSI Recruitment Scam) ଭର୍ତ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ଚଢାଉ କରିଛି । ଜମ୍ମୁ, ପଠାନକୋଟ, ରେଓ୍ବାରୀ ଓ କର୍ଣ୍ଣାଲ ଆଦି ସ୍ଥାନରେ CBIର ଏକାଧିକ ଟିମ୍ ଚଢାଉ ଜାରି ରଖିଛନ୍ତି ।
JKPSI Recruitment Scam: ଜମ୍ମୁ କାଶ୍ମୀର ଓ ହରିୟାଣାର ଏକାଧିକ ସ୍ଥାନରେ CBI ଚଢାଉ ଜାରି
ଜମ୍ମୁ କାଶ୍ମୀର ପୋଲିସ ଏସଆଇ ଭର୍ତ୍ତି (JKPSI Recruitment Scam) ଦୁର୍ନୀତି ମାମଲାରେ ଜମ୍ମୁ କାଶ୍ମୀର ଓ ହରିୟାଣାର ଏକାଧିକ ସ୍ଥାନରେ CBI ଚଢାଉ ଜାରି । ଅଧିକ ପଢନ୍ତୁ
ଜମ୍ମୁ କାଶ୍ମୀର ୭ ସ୍ଥାନରେ CBI ଚଢାଉ ଜାରି
ମାମଲାରେ ଅଭିଯୁକ୍ତ ଥିବା ଅଭିଯୁକ୍ତମାନଙ୍କ ଘର ସମେତ ଅନ୍ୟ କିଛି ଠିକଣାରେ ଏହି ଚଢାଉ ଚାଲିଛି । ଚଢାଉରେ ମିଳିଥିବା ତଥ୍ୟ କିମ୍ବା କାଗଜପତ୍ର ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଦ୍ବାରା ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ