ଓଡିଶା

odisha

By

Published : Apr 12, 2021, 9:30 AM IST

ETV Bharat / bharat

ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ଓ ୱାଜେଙ୍କ 2 ଡ୍ରାଇଭରଙ୍କୁ ଜେରା କଲା CBI

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ଓ ବହିଷ୍କୃତ ପୋଲିସ ଇନ୍ସପେକ୍ଟର ସଚ୍ଚିନ ୱାଜେଙ୍କ ଦୁଇଜଣ ଡ୍ରାଇଭରଙ୍କୁ ଜେରା କରିଛି ସିବିଆଇ । ଅଧିକ ପଢନ୍ତୁ...

CBI interrogates Deshmukh's assistants, Waze's drivers
ଦେଶମୁଖଙ୍କ ବ୍ୟକ୍ତିଗତ ସିଚବ,ୱାଜେଙ୍କ ଡ୍ରାଇଭରକୁ ଜେରା କଲା ସିବିଆଇ

ମୁମ୍ବାଇ:ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବଙ୍କୁ ଜେରା କଲା ସିବିଆଇ । ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ବ୍ୟତିତ ବହିଷ୍କୃତ ପୋଲିସ ଇନ୍ସପେକ୍ଟର ସଚ୍ଚିନ ୱାଜେଙ୍କ ଦୁଇଜଣ ଡ୍ରାଇଭରଙ୍କ ମଧ୍ୟ ଜେରାରେ ସାମିଲ କରିଛି ସିବିଆଇ । ମୁମ୍ବାଇର ପୂର୍ବତନ ପୋଲିସ କମିସନର ପରମବୀର ସିଂହଙ୍କ ସହ ଅନୀଲ ଦେଶମୁଖଙ୍କ ଜଡିତ ଦୁର୍ନୀତି ମାମଲାରେ ପଚରାଉଚୁରା କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମୁମ୍ବାଇ ପୂର୍ବତନ ପୋଲିସ କମିସନର ପରମବୀର ସିଂ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଆଣିଥିବା ଦାଦାବଟି ମାମଲାରେ ଜେରା କରିଛନ୍ତି । ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ଓ ସଚିନ ୱାଜେଙ୍କ ଦୁଇ ଜଣ ଡ୍ରାଇଭରଙ୍କୁ ପ୍ରଶ୍ନ କରିଛି ସିବିଆଇ । ଏହି ଘଟଣାରେ ପୂର୍ବରୁ ସିବିଆଇ ପରମବୀର ସିଂ,ସଚ୍ଚିନ ୱାଜେଙ୍କୁ ଜେରା କରିସାରିଛି । ଏହା ସହ ଏହି ମାମଲାରେ ଅଭିଯୋଗ କରିଥିବା ଜୟଶ୍ରୀ ପାଟିଲ,ଏସିପି ସଞ୍ଜୟ ପାଟିଲ,ମହେଶ ସେଟ୍ଟୀଙ୍କୁ ଜେରା କରିଛି ସିବିଆଇ । ମୁମ୍ବାଇ ହାଇକୋର୍ଟରେ ଦେଶମୁଖ ଗତ ଅପ୍ରେଲ ପାଞ୍ଚ ତାରିଖ ଦିନ ପିଟିସନ ଦାଖଲ କରିଥିଲେ । ଏହି ଘଟଣାର ଦାଦାବଟି ଆଦାୟ ନେଇ ଗୃହମନ୍ତ୍ରୀ ଓ ପୋଲିସ କମିସନରଙ୍କ ସଂପୃକ୍ତି ନେଇ କରାଯାଇଛି । ଏହି ଘଟଣାରେ ମହାରାଷ୍ଚ୍ର ସରକାରଙ୍କ ଉପରେ ଚାପ ପଡିବାରୁ ଶେଷରେ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଇସ୍ତଫା ଦେଇଥିଲେ ।

ସୂଚନାଥାଉକି ଗତ ଫେବୃୟାରୀ 25 ତାରିଖରେ ବିିଶିଷ୍ଟ ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ କରାଯାଇଥିଲା । ଏହି ବିସ୍ଫୋରକ ଭର୍ତ୍ତି ଗାଡି ସଚିନ ୱାଜେ ରଖିଥିବା ଜଣାପଡିଥିଲା । ଏହା ଘଟଣାର ତଦନ୍ତ ପରେ ମୁମ୍ବାଇ ପୋଲିସ କମିସନର ପରମବୀର ସିଂଙ୍କ ସହ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସଂପୃକ୍ତି ଆସିଥିଲା । ଏହା ପରେ ଏହି ଘଟଣାର ତଦନ୍ତ ପରେ ଜଣାପଡିଛି ଯେ 100 କୋଟି ଟଙ୍କାର ବଟି ଆଦାୟ ପାଇଁ ଯୋଜନା କରାଯାଇଥିଲା । ଏହା ପରେ ପରସ୍ପରରୁକ ଦୋଷାରୋପ କରିଛନ୍ତ ଉଭୟ ପୋଲିସ କମିସନର ଓ ଗୃହମନ୍ତ୍ରୀ ଅନିଲ ଦେଶମୁଖ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details