ଓଡିଶା

odisha

By

Published : Apr 24, 2021, 10:58 AM IST

ETV Bharat / bharat

ଅନୀଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇର ମାମଲା ରୁଜୁ । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ ବୀର ସିଂଙ୍କ ଅଭିଯୋଗ କ୍ରମେ ସିବିଆଇର କରୁଛି ତଦନ୍ତ । ଅଧିକ ପଢନ୍ତୁ...

ଅନୀଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ
ଅନୀଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ମୁମ୍ବାଇ:ମାସିକ 100 କୋଟି ବଟି ଆଦାୟ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇର ମାମଲା ରୁଜୁ । ଦେଶମୁଖଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ସିବିଆଇ । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଅଭିଯୋଗ ପରେ ସିବିଆଇର ଘଟଣାର ଯାଞ୍ଚ କରୁଛି ।

ଶିଳ୍ପପତି ଅନୀଲ ଅମ୍ବାନୀ ଘର ସାମ୍ନାରୁ ବିସ୍ଫୋରକ ଭର୍ତ୍ତି କାର ଜବତ ମାମଲାରେ ନିଲମ୍ବିତ ପୋଲିସ ଅଫିସର ସଚିନ ୱାଜେଙ୍କୁ 100 କୋଟିର ବଟି ଆଦାୟ କରିବାକୁ ଅନୀଲ ଦେଶମୁଖ କହିଥିବା ନେଇ ଅଭିଯୋଗ ଆଣିଥିଲେ ପରିମବୀର । ଏହି ଅଭିଯୋଗ ପରେ ଅନୀଲଙ୍କୁ ଗୃହମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାକୁ ପଡିଛି ।

ବଟି ଆଦାୟ ମାମଲାରେ ଅନୀଲ ଦେଶମୁଖଙ୍କ ବିରୋଧରେ ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ଅନୀଲ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । କାରଣ ଅନୀଲ ଦେଶମୁଖ ଇସ୍ତଫା ପୂର୍ବରୁ ରାଜ୍ୟର ଗୃହମନ୍ତ୍ରୀ ଥିବାବେଳେ ପରମବୀର ସିଂ ମଧ୍ୟ ପୋଲିସ କମିଶନର ରହିଥିଲେ । ତେଣୁ ଏହି ମାମଲାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରିବା ଦରକାର ବୋଲି କୋର୍ଟ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details