ନୂଆଦିଲ୍ଲୀ:ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଚାର୍ଜସିଟ ଦାଖଲ କରିଛି ସିବିଆଇ । ପ୍ରୟାଗରାଜର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏହି ଚାର୍ଜସିଟ ଦାଖଲ ହୋଇଛି । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ମାନି ନେଇଛି ସିବିଆଇ । ଆତ୍ମହତ୍ୟା ପାଇଁ ବାଧ୍ୟ ଓ ଅପରାଧ ଷଡଯନ୍ତ୍ର ପାଇଁ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି, ଆଦ୍ୟା ପ୍ରସାଦ ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି ସିବିଆଇ ।
ଚାର୍ଜସିଟକୁ ଗ୍ରହଣ କରିବା ସହିତ ଆସନ୍ତା ନଭେମ୍ବର ୨୫ତାରିଖରୁ ଶୁଣାଣି କରିବାରୁ ଦିନ ସ୍ଥିର କରିଛନ୍ତି । ଏହା ସହିତ ୩ ଅଭିଯୁକ୍ତଙ୍କୁ ୨୫ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତିକ କୋର୍ଟ । ଭିଡିଓ କନଫରେନ୍ସି ଜରିଆରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଆନନ୍ଦ ଗିରିଙ୍କ ପକ୍ଷ ନେଇଥିଲେ କୋର୍ଟ । ମାମଲାରେ ୨୨ ସେପ୍ଟେମ୍ବରରୁ ତିନିଜଣ ଅଭିଯୁକ୍ତ ନୋନି ସେଣ୍ଟ୍ରାଲ ଜେଲରେ ଅଛନ୍ତି ।