ଥିରୁଅନନ୍ତପୁରମ: ଟଙ୍କା ଜାଲିଆତି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ହତ୍ୟା କରିବା ଅଭିଯୋଗରେ ସିବିଆଇ କୋଚିସ୍ଥିତ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ଜଣେ ମହିଳା ଅଧିକାରୀଙ୍କ ସମେତ 9 ଜଣ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ।
ଏହି ଚାର୍ଜସିଟ୍ ଅନୁସାରେ ଅଭିଯୁକ୍ତ ରାଜକୁମାର 2019 ମସିହା ଜୁନ 21 ତାରିଖରେ ହେପାଜତରେ ଥିବା ସମୟରେ ମୃ୍ତ୍ୟୁବରଣ କରିଥିଲେ । ତେବେ ରାଜକୁମାରଙ୍କୁ ବେଆଇନ ଭାବରେ ହେପାଜତରେ ରଖାଯିବା ସହିତ ଅତି ନିର୍ମମ ଭାବରେ ଆକ୍ରମଣ କରାଯାଇଥିବାରୁ ତାଙ୍କର ମୃ୍ତ୍ୟୁ ଘଟିଥିଲା ।