ଓଡିଶା

odisha

ETV Bharat / bharat

Delhi Excise policy scam: ଚାର୍ଜସିଟ୍‌ ଦାଖଲ କଲା CBI

ଦିଲ୍ଲୀ ଅବକାରୀ ନୀତି ସ୍କାମ ମାମଲାରେ ଶୁକ୍ରବାର ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଛି ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିକେସନ(CBI) । ଏହି ଚର୍ଚ୍ଚିତ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅନ୍ୟତମ ଅଭିଯୁକ୍ତ ଅଛନ୍ତି । ଅଧିକ ପଢନ୍ତୁ

CBI files charge sheet in Delhi Excise policy scam case
Delhi Excise policy scam: ଚାର୍ଜସିଟ୍‌ ଦାଖଲ କଲା CBI

By

Published : Nov 25, 2022, 3:18 PM IST

Updated : Nov 25, 2022, 3:41 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସ୍କାମ ମାମଲାରେ ଶୁକ୍ରବାର ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଛି ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିକେସନ(CBI) । ଏହି ଚର୍ଚ୍ଚିତ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅନ୍ୟତମ ଅଭିଯୁକ୍ତ ଅଛନ୍ତି । FIRରେ ସିବିଆଇ ସିସୋଦିଆଙ୍କୁ ଅଭିଯୁକ୍ତ ନମ୍ବର ୧ ବୋଲି ଦର୍ଶାଇଛି । ସିବିଆଇର FIR, ଇଣ୍ଡିଆନ ପେନାଲ କୋଡ୍‌ର(IPC) ଧାରା ୧୨୦-B(ଅପରାଧିକ ଷଡଯନ୍ତ୍ର) ଓ ୪୭୭-A(Falsification of accounts) ଅନୁଯାୟୀ ରୁଜୁ ହେଇଛି ।

ମଦ ବ୍ୟବସାୟୀଙ୍କୁ ଅନୁକମ୍ପା ଦେଖାଇ ପ୍ରାୟ 30 କୋଟି ଟଙ୍କା ଛାଡ କରିଥିବା ସିସୋଦିଆଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି । ଲେଇସେନ୍ସ ପ୍ରାପ୍ତ କରିଥିବା ବ୍ୟବସାୟୀ ନିଜ ଇଚ୍ଛା ଅନୁଯାୟୀ ରିହାତି ମିଳିଥିବା ଅଭିଯୋଗ ରହିଛି । ଏହା ଅବକାରୀ ନୀତିର ଉଲଂଘନ ବୋଲି ଦର୍ଶାଯାଇଛି । ଏଥିସହ ସିସିଆଦିଆଙ୍କ ବିରୁଦ୍ଧରେ ଏହା ମଧ୍ୟ ଅଭିଯୋଗ ରହିଛି ଯେ, ଲାଇସେନ୍ସ ପ୍ରଦାନ କରିବାକୁ ନେଇ ପ୍ରିୟାପ୍ରିତି ପୋଷଣା କରିଛନ୍ତି ଓ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଆର୍ଥିକ ଫାଇଦା ହାସଲ କରିଛନ୍ତି ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ତତ୍କାଳୀନ ଅବକାରୀ(Excise) କମିଶନର ଅର୍ବ ଗୋପୀକୃଷ୍ଣ, ତତ୍କାଳୀନ ଡେପୁଟି ଅବକାରୀ(Excise) କମିଶନର ଆନନ୍ଦ ତିୱାରୀ ଓ ଆସିଷ୍ଟାଣ୍ଟ କମିଶନର(Excise) ପଙ୍କଜ ଭଟନଗର ଔପଚାରିକ ଅନୁମୋଦନ ବିନା ଟେଣ୍ଡର ଅବଧି ଶେଷ ପରେ ମଧ୍ୟ ଲାଇସେନ୍ସ ପ୍ରଦାନ କରିବା ସହ ଅବକାରୀ ନୀତି 2021-22ର ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଉଥିଲେ ବୋଲି FIRରେ ଉଲ୍ଲେଖ ରହିଛି । ଏହି ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା CBI ଏଯାବତ ଦୁଇଜଣଙ୍କୁ ଗିରଫ ମଧ୍ୟ କରିଛି ।

Last Updated : Nov 25, 2022, 3:41 PM IST

ABOUT THE AUTHOR

...view details