ନୂଆଦିଲ୍ଲୀ:5 ବର୍ଷକୁ ବୃଦ୍ଧି ପାଇବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ । ବର୍ତ୍ତମାନ ଉଭୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମୁଖ୍ୟ ତଥା ନିର୍ଦ୍ଦେଶକଙ୍କ କର୍ଯ୍ୟକାଳ ୨ବର୍ଷ ରହିଛି । ତେବେ ଏହି କାର୍ଯ୍ୟକାଳ ବୃଦ୍ଧି କରିବା ନେଇ କେନ୍ଦ୍ର ଏକ ଅଧ୍ୟାଦେଶ ଆଣିଛି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏ ନେଇ ସୂଚନା ଦିଆଯାଇଛି । ନଭେମ୍ବର 29 ରୁ ସଂସଦ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର କିଛି ଦିନ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସଂଶୋଧନ) ଅର୍ଡିନାନ୍ସ, 2021 ନାମରେ ଅଧ୍ୟାଦେଶ ଆଣିବାକୁ ଯାଉଛି କେନ୍ଦ୍ର ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏ ନେଇ ସଂଶୋଧିତ ଅଧ୍ୟାଦେଶକୁ ଅନୁମୋଦନ ଦେଇଥିବାବେଳେ ଏହାକୁ ବଦଳାଇ ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ଆଇନ ପ୍ରସ୍ତୁତ କରିବାକୁ ପଡିବ । ଯଦି ଏହା ଗୃହରେ ପାରିତ ହୋଇ ଆଇନରେ ପ୍ରଣୀତ ହେବାରେ ଆବଶ୍ୟକ ସଂଖ୍ୟା ଦୃଷ୍ଟିରୁ ବିଫଳ ହୁଏ, ତେବେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆସନ୍ତା ୬ ସପ୍ତାହ ମଧ୍ୟରେ ଏହି ଅଧ୍ୟାଦେଶ ରଦ୍ଧ ହୋଇଯିବ ।