କୋଲକାତା:ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ କାର୍ଯ୍ୟାନୁଷ୍ଠାନ । ୬୫ ଘଣ୍ଟାର ପଚରାଉଚରା ପରେ ଆଜି ସକାଳୁ ଟିଏମସି ବିଧାୟକ ଜୀବନ କ୍ରିଷ୍ଣା ଶାହାଙ୍କୁ ମୁର୍ସିଦାବାଦରୁ ବାନ୍ଧିଲା ସିବିଆଇ । ତେବେ ବିଧାୟକଙ୍କୁ ମୁର୍ସିଦାବାଦରୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ନେଇ ପୋଲିସ କୋଲକାତା ଫେରୁଥିବା ନେଇ ସୂଚନା ରହିଛି । ଗତ ଏପ୍ରିଲ ୧୪ ତାରିଖ ପର ଠାରୁ ବିଧାୟକଙ୍କୁ ପୋଲିସ ମାରାଥନ ଜେରା କରୁଥିବା ବେଳେ ଆଜି ଗିରଫ କରିଛି ।
ଏନେଇ ସିବିଆଇ ଅଧିକାରୀ କହିଛନ୍ତି,"ଶିକ୍ଷକ ନିଯୁକ୍ତି ମାମାଲାରେ ବୁରବାନ ବିଧାୟକ ଜୀବନ କ୍ରିଷ୍ଣା ଶାହାଙ୍କୁ ପଚରାଉଚରା ପାଇଁ ତାଙ୍କ ବାସଭବନକୁ ଆମ ଟିମ ଯିବା ସମୟରେ ସେ ତାଙ୍କ ଫୋନକୁ ପୋଖରୀକୁ ଫିଙ୍ଗି ଦେଇଥିଲେ । ସିବିଆଇ ପୋଖରୀକୁ ମୋବାଇଲ ଜବତ କରିଥିବା ବେଳେ ଦ୍ବିତୀୟ ଫୋନକୁ ଖୋଜିବା ପାଇଁ ସନ୍ଧାନ ଚାଲିଛି ।"
ସୂଚନାଅନୁସାରେ, ଶୁକ୍ରବାର ମୁର୍ସିଦାବାଦର ବୁରବାନରେ ଥିବା ଟିଏମସି ବିଧାୟକଙ୍କ ବାସଭବନକୁ ଯାଇଥିଲା ସିବିଆଇ ଟିମ । ଏହି ଦୁର୍ନୀତି ମାମଲାରେ ପଚରାଉଚରା କରିବା ସହ ଅନେକ କାଗଜପତ୍ର ମଧ୍ୟ ଜବତ କରିଥିଲା । ତେବେ ବିଧାୟକ ଜୀବନ କ୍ରିଷ୍ଣା ଶାହା ସିବିଆଇ ଟିମକୁ ବାହାନା କରି ଘରୁ ବାହାରି ଆସି ଦୁଇଟି ଫୋନକୁ ପୋଖରୀକୁ ଫିଙ୍ଗି ଦେଇଥିଲେ । ଫଳରେ ସିବିଆଇ ପୋଖରୀରୁ ପାଣି ସୁଖାଇ ଗୋଟିଏ ମୋବାଇଲକୁ ଜବତ କରିଥିବା ବେଳେ ଅନ୍ୟଟି ମିଳିପାରି ନାହିଁ । ଅନ୍ୟ ଏକ ଫୋନକୁ ମଧ୍ୟ ଶୀଘ୍ର ଜବତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।