ଓଡିଶା

odisha

ETV Bharat / bharat

ଗୋରୁ ଚାଲାଣ ମାମଲାରେ ମମତାଙ୍କ ଘନିଷ୍ଠ ସହଯୋଗୀଙ୍କୁ ବାନ୍ଧିଲା CBI

୨୦୨୦ ଗୋରୁ ଚାଲାଣ(cattle smuggling) ମାମଲାରେ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କଲା ସିବିଆଇ । ଅଧିକ ପଢନ୍ତୁ

ଗୋରୁ ଚାଲାଣ ମାମଲାରେ ମମତାଙ୍କ ଘନିଷ୍ଠ ସହଯୋଗୀଙ୍କୁ ବାନ୍ଧିଲା CBI
ଗୋରୁ ଚାଲାଣ ମାମଲାରେ ମମତାଙ୍କ ଘନିଷ୍ଠ ସହଯୋଗୀଙ୍କୁ ବାନ୍ଧିଲା CBI

By

Published : Aug 11, 2022, 12:15 PM IST

Updated : Aug 11, 2022, 12:38 PM IST

କୋଲକାତା:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କଲା ସିବିଆଇ(Central Bureau of Investigation)। ୨୦୨୦ ଗୋରୁ ଚାଲାଣ(cattle smuggling) ମାମଲାରେ ବୀରଭୁମ ଜିଲ୍ଲାର ଟିଏମସି ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କ ବାସଭବନରୁ ସିବିଆଇ ଗିରଫ କରିଛି । ଗୋରୁ ଚାଲାଣ ମାମଲାରେ ପୂର୍ବରୁ ଦୁଇ ଥର ତାଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା ।

ସିବିଆଇର ସୂଚନା ଅନୁଯାୟୀ, ୨୦୧୫ ଓ ୨୦୧୭ ମଧ୍ୟରେ ଇଣ୍ଡୋ ବାଂଲାଦେଶ ସୀମାରେ ଗୋରୁ ଚାଲାଣ ହେଉଥିଲା । ଏହି ସମୟରେ ୨୦ ହଜାର ଉର୍ଦ୍ଧ୍ବ ଗୋରୁ ମୁଣ୍ଡ ସୀମା ସୁରକ୍ଷା ବାହିନୀ ଦ୍ୱାରା ଜବତ କରାଯାଇଥିଲା । ଏହାପରେ ବୀରଭୂମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସିବିଆଇ ଚଢାଉ କରି ଗୋରୁ ଚାଲାଣ ମାମଲାରେ ମଣ୍ଡଳଙ୍କ ଅଙ୍ଗରକ୍ଷୀ ସାଇଗଲ ହୋସେନଙ୍କୁ ଗିରଫ କରିଥିଲା ।

ଏହାପରେ ଅନୁବ୍ରତ ମଣ୍ଡଳଙ୍କ ନାଁ ସାମ୍ନାକୁ ଆସିଥିଲ । ସେପ୍ଟେମ୍ବର ୨୧, ୨୦୨୦ରେ ସିବିଆଇ ଅନୁବ୍ରତ ମଣ୍ଡଳଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଏନେଇ ଅନେକ ଥର ଜେରା ପାଇଁ ସମନ ଜାରି କରିଥିଲା, ମାତ୍ର ସେ ହାଜର ନହେବାରୁ ଆଜି ତାଙ୍କ ବାସଭବନରେ ସିବିଆଇ ପ୍ରବେଶ କରି କିଛି ସମୟ ପଚରାଉଚରା ପରେ ଗିରଫ କରିଛି । କିଛିଦିନ ପୂର୍ବରୁ ମମତାଙ୍କ କ୍ୟାବିନେଟରେ ଶିଳ୍ପମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ପଶ୍ଚିମବଙ୍ଗରେ ସ୍କୁଲ ସର୍ଭିସ କମିଶନ(School Service Commission Recruitment Scam) ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଗିରଫ କରିଥିଲା ।

Last Updated : Aug 11, 2022, 12:38 PM IST

ABOUT THE AUTHOR

...view details