ଓଡିଶା

odisha

ETV Bharat / bharat

Birbhum Violence: ମୁମ୍ବାଇରୁ ଆଉ 4 ଅଭିଯୁକ୍ତଙ୍କୁ ଗିରଫ କଲା CBI

ପଶ୍ଚିମବଙ୍ଗ ବୀରଭୂମ ହିଂସାକାଣ୍ଡରେ ଗିରଫ ହେଲେ ଆଉ 4 ଅଭିଯୁକ୍ତ । ମୁମ୍ବାଇରୁ ବାନ୍ଧିଲା ସିବିଆଇ । ଅଧିକ ପଢନ୍ତୁ

Birbhum violence: ମୁମ୍ବାଇରୁ ଆଉ 4 ଅଭିଯୁକ୍ତଙ୍କୁ ଗିରଫ କଲା CBI
Birbhum violence: ମୁମ୍ବାଇରୁ ଆଉ 4 ଅଭିଯୁକ୍ତଙ୍କୁ ଗିରଫ କଲା CBI

By

Published : Apr 7, 2022, 10:28 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ରାଜନୈତିକ ଗଣହତ୍ୟା ଘଟଣାରେ ବଢିଛି ଗିରଫଦାରୀ । ଆଜି ମୁମ୍ବାଇରୁ ଆଉ 4ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା CBI । ଏହି ଘଟଣାରେ ମୋଟ 21 ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିଥିଲା ସଂସ୍ଥା । ଏହି ତାଲିକାରେ ଜଣେ ତୃଣମୂଳ କଂଗ୍ରେସର ଜଣେ ମଣ୍ଡଳ ସଭାପତି ମଧ୍ୟ ରହିଛନ୍ତି ।

ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସିବିଆଇ ଏକ ଟିମ ଗଠନ କରିବା ସହ ପଶ୍ଚିମବଙ୍ଗର ରାମପୁରହାଟରେ ଥିବା ସରକାରୀ ଅତିଥି ଭବନରେ ଏକ ଅସ୍ଥାୟୀ କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରିଛି । ଘଟଣାସ୍ଥଳକୁ ଯାଇ ତଦନ୍ତ ସମ୍ପର୍କିତ ସାମଗ୍ରୀ ସଂଗ୍ରହ ମଧ୍ୟ କରିବା ସହ ତୃଣମୂଳ ନେତାଙ୍କୁ ଜେରା କରାଯାଇଛି ।

ଘଟଣାର ତଦନ୍ତ ପ୍ରଥମେ ରାଜ୍ୟ ପୋଲିସ ଆରମ୍ଭ କରିଥିବା ବେଳେ ପରେ ଏହାକୁ କେନ୍ଦ୍ରୀୟ ସଂସ୍ଥାକୁ ହସ୍ତାନ୍ତର କରିବା ପାଇଁ କୋଲକାତା ହାଇକୋର୍ଟ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁୁ ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି । ଆଜି ଘଟଣାରେ ସମ୍ପୃକ୍ତ ଆଉ 4 ଅଭିଯୁକ୍ତ ମୁମ୍ବାଇରୁ ଗିରଫ ହୋଇଥିବା ତଦନ୍ତକାରୀ ସଂସ୍ଥା ସ୍ପଷ୍ଟ କରିଛି ।

ଗତମାସ (ମାର୍ଚ୍ଚ) 21ରେ ଘଟିଥିବା ଏହି ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ପ୍ରଥମେ ଏକ ରାଜନୈତିକ ହତ୍ୟାକାଣ୍ଡ ପରେ ହିଂସା ଦେଖିବାକୁ ମିଳିଥିଲା । ଏକାଧିକ ଘର ନିଆଁ ଲଗାଇଦେବ ଫଳରେ 8ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details