ନୂଆଦିଲ୍ଲୀ:ଲାଞ୍ଚ ନେଇ ଧରା ପଡିଲେ ଜଣେ ବରିଷ୍ଠ ଅଧିକାରୀ । ଆଜି ଏହି ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(CBI) । ତେବେ ଏହି ବରିଷ୍ଠ ଅଧିକାରୀ ଗାଜିଆବାଜଦ୍ ସ୍ଥିତ ଡାଇରକ୍ଟେରେଟ୍ ଜେନେରାଲ ଅଫ ଜିଏସଟି ଇଣ୍ଟିଲ୍ଜେନ୍ସି (Directorate General of GST Intelligence) କାର୍ଯ୍ୟାଳୟରେ କାମ କରୁଛନ୍ତି । ଏଥି ସହ ଆଉ ଜଣଙ୍କୁ ଏହି ଲାଞ୍ଚ କାରବାର ଘଟଣାରେ ଗିରଫ କରିଛି ସିବିଆଇ ।
ତେବେ ଗିରଫ ହୋଇଥିବା ଏହି ବରିଷ୍ଠ ଅଧିକାରୀ ଜଣଙ୍କ ହେଉଛନ୍ତି, ମୋହିତ ଧନଖର ଏବଂ ଦ୍ବିତୀୟ ବ୍ୟକ୍ତି ହେଉଛନ୍ତି ରାକେଶ ଶର୍ମା । ଏଥିସହ ଏମାନଙ୍କ ବିରୋଧରେ ସିବିଆଇରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ଆଧାରରେ ସିବିଆଇ ଗିରଫ କରିଛି । ଏହା ସହିତ ଗାଜିଆବାଦର ଡିଜିଜିଏରେ ଏକ ମାମଲାରେ ଅଭିଯୋଗକାରୀଙ୍କ ପିତାଙ୍କୁ ଅନୁକମ୍ପା ଦେଖାଇବା ପାଇଁ ଅଭିଯୁକ୍ତ ବ୍ୟକ୍ତିଗତ ଭାବରେ 1 କୋଟି ଟଙ୍କା ଲାଞ୍ଚ ମାଗିଥିଲେ ।