ଓଡିଶା

odisha

By ETV Bharat Odisha Team

Published : Sep 15, 2023, 9:35 AM IST

ETV Bharat / bharat

SC On Firecracker Ban: ବାଣ ଫୁଟାଉଥିବା ଲୋକଙ୍କ ନାଁରେ ମାମଲା, ସମାଧାନ ନୁହେଁ

ବାଣ ଫୁଟାଉଥିବା ଲୋକଙ୍କ ନାଁରେ ମାମଲା ରୁଜୁ କରିବା ସମାଧାନ ନୁହେଁ । ଏହାର ସୂତ୍ରକୁ ଖୋଜି କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

SC On Firecracker Ba
SC On Firecracker Ba

ନୂଆଦିଲ୍ଲୀ:ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ବାଣ ବ୍ୟାନ କରାଯାଇଛି । ବ୍ୟାନ ସତ୍ତ୍ବେ ଲୋକମାନେ ବାଣ ଫୁଟାଉଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏ ସମ୍ପର୍କିତ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି, ସରକାରଙ୍କ ଦ୍ବାରା ବାଣ ବ୍ୟାନ କରାଯିବା ଅର୍ଥ ସମ୍ପୂର୍ଣ୍ଣ ବ୍ୟାନ । ଗ୍ରୀନ କ୍ରାକର(ସବୁଜ ବାଣ) ଓ ବ୍ଲାକ କ୍ରାକର ପୁଣି କ'ଣ ! ପ୍ରତିବନ୍ଧକ ଲାଗିବା ପରେ ବି ବାଣ ଫୁଟାଯାଉଛି । ତେଣୁ କେବଳ ବାଣ ଫୁଟାଉଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବା ଏହାର ସମାଧାନ ନୁହେଁ, ଏଥିପାଇଁ ବାଣର ସୂତ୍ର ଅଥବା ଯେଉଁଠୁ ଆସୁଛି, ତାହାକୁ ଖୋଜି କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ।

ଜଷ୍ଟିସ ଏଏସ୍ ବୋପ୍ପନା ଓ ଏମଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟିଙ୍କୁ କହିଛନ୍ତି, ବ୍ୟାନର ଅର୍ଥ ସମ୍ପୂର୍ଣ୍ଣ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ । ଆମେ ବୁଝିପାରୁନି ପୁଣି ଏ ଗ୍ରୀନ କ୍ରାକର ଓ ବ୍ଲାକ କ୍ରାକର ମଧ୍ୟରେ ପାର୍ଥକ୍ୟ କ'ଣ ! ଆରମ୍ଭରୁ ସରକାର ରୋକିବା ଉଚିତ୍ । ଲୋକେ ବାଣ ଫୁଟାଇ ସାରିବା ପରେ କାର୍ଯ୍ୟାନୁଷ୍ଠାନ ନେଲେ କିଛି ଲାଭ ନାହିଁ । ଏଥିସହ ବାଣ ବ୍ୟବସାୟ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଯେପରି କାହାରିକୁ ସ୍ଥାୟୀ କିମ୍ବା ଅସ୍ଥାୟୀ ଲାଇସେନ୍ସ ଦିଆନଯାଏ ତାହା ସୁନିଶ୍ଚିତ କରିବାକୁ ଖଣ୍ଡପୀଠ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ମିଡିଆ ଟ୍ରାଏଲକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ: ଗାଇଡଲାଇନ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ଐଶ୍ବର୍ଯ୍ୟ ଭାଟି ଦିଲ୍ଲୀ ପୋଲିସ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ । ସହରରେ ଗ୍ରୀନ କ୍ରାକର ବ୍ୟବହାରକୁ କେନ୍ଦ୍ର ସରକାର ସମର୍ଥନ କରୁଥିବାବେଳେ ଭାଟି କୋର୍ଟଙ୍କୁ କହିଛନ୍ତି, ୨୦୧୮ରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ପାରମ୍ପରିକ ବାଣ ଉପରେ ପ୍ରତିବନ୍ଧକ ଲାଗିଛି । ହେଲେ ବହୁ ରିସର୍ଚ୍ଚ କରାଯିବା ପରେ କେବଳ ଗ୍ରୀନ କ୍ରାକର ବା ସବୁଜ ବାଣ ପାଇଁ ଅନୁମତି ଦିଆଯାଇଛି । ୨୦୧୬ରୁ କୌଣସି ବାଣ ବ୍ୟବସାୟୀଙ୍କୁ ସ୍ଥାୟୀ ଲାଇସେନ୍ସ ଜାରି କରାଯାଇନି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ରାଜଧାନୀରେ ପୂର୍ଣ୍ଣ ପ୍ରତିବନ୍ଧକ ନେଇ ଦିଲ୍ଲୀ ପୋଲିସର ପଦକ୍ଷେପ ସମ୍ପର୍କରେ ଭାଟି କହିଛନ୍ତି, ବାଣ ବିକ୍ରି ରୋକିବାକୁ ଥାନାୱାରୀ ଟିମ୍ ଗଠନ କରାଯିବ । ଫ୍ଲାଇଂ ସ୍କ୍ବାଡ୍ ବଜାରଘାଟ ଉପରେ ନଜର ରଖିବେ ।

ବାଣ ନିର୍ମାତାଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ଶ୍ୟାମ ଦିବାନ କହିଛନ୍ତି ଯେ, ମୋର ମହକିଲ ସିଏସଆଇଆର-ଏନଇଇଆରଆ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ପରାମର୍ଶ କରିଥିବା ଏକ ଫରମ୍ୟୁଲେସନ ଉପଯୋଗ କରୁଛନ୍ତି । ବୋରିୟମ ନାଇଟ୍ରେଟକୁ ଅକ୍ସିଡାଇଜର ଭାବେ ଅନୁମୋଦନ କରାଯାଇଛି । ତେବେ ବିସ୍ତୃତ ଦଲିଲ ଶୁଣିବା ପରେ ସୁପ୍ରିମକୋର୍ଟ ଦିଲ୍ଲୀ ଏନସିଆରରେ ବୋରିୟମ ଯୁକ୍ତ ବାଣ ବ୍ୟାନ ପାଇଁ ହୋଇଥିବା ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details