ଓଡିଶା

odisha

ETV Bharat / bharat

ରାହୁଲଙ୍କୁ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ କଂଗ୍ରେସର ଧମକ, କ୍ଷମତାକୁ ଆସିଲେ ଜିଭ କାଟିଦେବୁ - ଅଡ଼ୁଆରେ ତାମିଲନାଡ଼ୁ କଂଗ୍ରେସ ନେତା

ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡ ଶୁଣାଇଥିବା ଜଜ୍‌ଙ୍କୁ ତାମିଲନାଡ଼ୁ କଂଗ୍ରେସ ନେତାଙ୍କ ଧମକ । କହିଲେ 'କ୍ଷମତାକୁ ଆସିଲେ ଜିଭ କାଟିଦେବୁ' । ସେପଟେ ଏନେଇ ରାହୁଲ ଗାନ୍ଧୀଙ୍କ ଗିରଫ ଦାବି କରିଛି ବିଜେପି । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କୁ ଜେଲ ଦଣ୍ଡ ଶୁଣାଇଥିବା ଜଜ୍‌ଙ୍କୁ କଂଗ୍ରେସ ନେତାଙ୍କ ଧମକ
ରାହୁଲ ଗାନ୍ଧୀଙ୍କୁ ଜେଲ ଦଣ୍ଡ ଶୁଣାଇଥିବା ଜଜ୍‌ଙ୍କୁ କଂଗ୍ରେସ ନେତାଙ୍କ ଧମକ

By

Published : Apr 8, 2023, 9:01 PM IST

ଚେନ୍ନାଇ: ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ତାମିଲନାଡ଼ୁ କଂଗ୍ରେସ ନେତା । ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡ ଶୁଣାଇଥିବା ଗୁଜୁରାଟ ସୁରଟ ସେସନ କୋର୍ଟର ଜଜ୍‌ଙ୍କ ଜିଭ କାଟିଦେବାକୁ ଧମକ ଦେଇ ଫସିଲେ । ଯେତେବେଳେ କଂଗ୍ରେସ ଶାସନକୁ ଆସିବ, ତୁମର ଜିଭ କାଟିଦିଆଯିବ ବୋଲି କହି ଧମକ ଦେଇଥିଲେ ତାମିଲନାଡ଼ୁ କଂଗ୍ରେସ ନେତା ମଣିକନ୍ଦନ । ଏନେଇ ଆଇପିସିର ୩ଟି ଧାରା ଆଧାରରେ ଅପରାଧିକ ମାମଲା ରୁଜୁ କରିଛି ପୋଲିସ ।

ପ୍ରକାଶ ଥାଉକି, ୨୦୧୯ ନିର୍ବାଚନ ସମୟରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, "ସବୁ ଚୋରଙ୍କ ସାଙ୍ଗିଆ ମୋଦି କାହିଁକି ?", ଯାହାକୁ ନେଇ ସୁରଟରେ ରାହୁଲଙ୍କ ନାଁରେ ଏକ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ତେବେ ୪ ବର୍ଷ ତଳର ଏହି ମାମଲାର ଶୁଣାଣି କରି ସୁରଟ ସେସନ କୋର୍ଟର ବିଚାରପତି ଏଚ୍‌ ବର୍ମା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ ତୁରନ୍ତ ଲୋକସଭା ସଚିବାଳୟ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିଦେଇଥିଲେ । ଯାହାକୁ ନେଇ ସାରା ଦେଶରେ କଂଗ୍ରେସ ସମେତ ବିରୋଧି ଦଳ ଗୁଡ଼ିକ ବିଜେପି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ତେବେ ଏହି ପରିପ୍ରେକ୍ଷୀରେ କଂଗ୍ରେସର SC/ST ମୋର୍ଚ୍ଚା ପକ୍ଷରୁ ତାମିଲନାଡ଼ୁର ଡିଣ୍ଡିଗୁଲ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ସମୟରେ ଦଳର ଜିଲ୍ଲା ସଭାପତି ମଣିକନ୍ଦନ ସୁରଟ କୋର୍ଟର ବିଚାରପତିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଥିଲେ । ସେ କହିଥିଲେ, "ମାର୍ଚ୍ଚ ୨୩ରେ ସୁରଟ ଅଦାଲତର ନ୍ୟାୟାଧୀଶ ଆମ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଶୁଣନ୍ତୁ ଜଷ୍ଟିସ ଏଚ୍‌ ବର୍ମା, ଯେତେବେଳେ କଂଗ୍ରେସ ଶାସନକୁ ଆସିବ, ଆମେ ଆପଣଙ୍କ ଜିଭ କାଟିଦେବୁ । ଆପଣ ତାଙ୍କୁ ସଜ୍ଜା ଦେବାପାଇଁ କିଏ ?"

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲା ବିଜେପି: ବିଜେପି ଆଇଟି ସେଲ ଅଧ୍ୟକ୍ଷ ଅମିତ ମାଲବୀୟ କଂଗ୍ରେସ ନେତା ମଣିକନ୍ଦଙ୍କ ଦ୍ବାରା ଦିଆଯାଇଥିବା ଟିପ୍ପଣୀରେ କଂଗ୍ରେସ ଉପରେ ବର୍ଷିଛନ୍ତି । ଏନେଇ ଅଦାଲତ ନିଜଆଡ଼ୁ ମାମଲା ରୁଜୁ କରିବା ଉଚିତ ଓ ନ୍ୟାୟପାଳିକାକୁ ଧମକ ଦେଉଥିବା ଦଳ ପାଇଁ ରାହୁଲ ଗାନ୍ଧୀ ଦାୟୀ ରହିବେ ବୋଲି କହିଛନ୍ତି ଅମିତ ମାଲବୀୟ । ସେ ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି, "ତାମିଲନାଡ଼ୁରେ କଂଗ୍ରେସ ନେତା କହୁଛନ୍ତି ଯେ, ତାଙ୍କ ଦଳ କ୍ଷମତାକୁ ଆସିଲେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଶୁଣାଣି କରିଥିବା ଜଜ୍‌ଙ୍କ ଜିଭ କାଟିଦେବେ । ଏନେଇ ନିଜଆଡ଼ୁ ମାମଲା ରୁଜୁ କରିବା ଉଚିତ ଓ ରାହୁଲ ଗାନ୍ଧୀଙ୍କୁ ଗିରଫ କରାଯିବା ଦରକାର । ନ୍ୟାୟପାଳିକାକୁ ଧମକ ଦେଉଥିବା ଦଳୀୟ ନେତାଙ୍କ ପାଇଁ ରାହୁଲ ଗାନ୍ଧୀ ଦାୟୀ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details