ଓଡିଶା

odisha

ETV Bharat / bharat

ମମତାଙ୍କ ବିଜେପି ବିରୋଧରେ ହିଜାଦ ଆହ୍ୱାନ, ହାଇକୋର୍ଟରେ ମାମଲା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଜେପି ବିରୋଧରେ ହିଜାଦ ଆହ୍ବାନକୁ ନେଇ ବିବାଦ । ମନ୍ତବ୍ୟ ପ୍ରତ୍ୟାହାର ପାଇଁ କୋଲକାତା ହାଇକୋର୍ଟରେ ମାମଲା । ଅଧିକ ପଢନ୍ତୁ

By

Published : Jul 13, 2022, 7:13 PM IST

ମମତାଙ୍କ ବିଜେପି ବିରୋଧରେ ହିଜାଦ ଆହ୍ବାନ, ହାଇକୋର୍ଟରେ ମାମଲା
ମମତାଙ୍କ ବିଜେପି ବିରୋଧରେ ହିଜାଦ ଆହ୍ବାନ, ହାଇକୋର୍ଟରେ ମାମଲା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ନାମରେ ହାଇକୋର୍ଟ ମାମଲା । ମମତା ଦେଇଥିବା ‘ବିଜେପି ବିରୋଧରେ ଜିହାଦ’ ଆହ୍ବାନକୁ ନେଇ କୋଲକାତା ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ନାଜିଆ ଇଲାହି ଖାନ ନାମକ ଜଣେ ଆଇନଜୀବୀ । ଆବେଦନକାରୀ ଓକିଲ ବିଜେପି ଲୟର୍ସ ଆସୋସିଏସନର ଜଣେ ସଦସ୍ୟ ମଧ୍ୟ । ଏକ କର୍ମୀ ସମ୍ମିଳନୀରେ ମମତା ଏହି ନାରା ଦେଇଥିଲେ । ପରେ ବଙ୍ଗ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ମମତା ନିଜ ବୟାନ ପ୍ରତ୍ୟାହାର କରନ୍ତୁ ବୋଲି ମଧ୍ୟ ଦାବି ଉଠିଥିଲା ।

ତେବେ ଏହି ମାମଲାର ଶୁଣାଣି ସୋମବାର କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ହୋଇଥିଲା । 7 ଦିନ ମଧ୍ୟରେ ମମତାଙ୍କୁ ଅଭିଯୋଗର ନକଲ ପଠାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନକଲ ମଧ୍ୟ ପଠା ସରିଥିବା ବେଳେ ମମତା ତାକୁ ଗ୍ରହଣ କରୁନଥିବା ଆବେଦନକାରୀ ଓକିଲ ତନ୍ମୟ ବାସୁ ଅଭିଯୋଗ କରିଛନ୍ତି । ପୁଣି ଥରେ ମମତାଙ୍କୁ ଅଭିଯୋଗର ନକଲ ପଠାଇବା ପାଇଁ କୋର୍ଟ କହିଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷ ରଖୁଥିବା ଏ.ଜି ସୌମେନ୍ଦ୍ରନାଥ ବାନାର୍ଜୀ, କିଛି ରାଜନୈତିକ ଦଳ ଜିହାଦର ଅର୍ଥକୁ ଉଦ୍ଦେଶ୍ୟମୂଳକ ଭାବେ ଭିନ୍ନ ଅର୍ଥରେ ବ୍ୟବହାର କରୁଥିବା ଅଭିଯୋଗ କରି, ମାମଲାକୁ ସମ୍ପୂର୍ଣ୍ଣ ଖାରଜ କରିବା ପାଇଁ ଦାବି କରିଛନ୍ତି ।

ଗତମାସ (ଜୁନ) 28 ତାରିଖରେ ପଶ୍ଚିମ-ବୁର୍ଦୁଓ୍ବାନରେ ଏକ କର୍ମୀ ସମ୍ମିଲନୀକୁ ସମ୍ବୋଧିତ କରିବା ବେଳେ ଏହି ଘୋଷଣା କରିଥିଲେ ମମତା । ମମତା କହିଥିଲେ 21 ଜୁଲାଇକୁ ପ୍ରଦେଶରେ ଶହୀଦ ଦିବସ ଭାବେ ପାଳନ କରାଯିବ । ଏହି ଦିବସରେ ବିଜେପି ବିରୋଧରେ ଜିହାଦର ଘୋଷଣା ହେବା ନେଇ ମମତା ଆହ୍ବାନ ଦେଇଥିଲେ । ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ରାଜ୍ୟରେ ବିରୋଧୀ ଦଳ ବିଜେପି ଏହାକୁ ନେଇ କଡା ଆପତ୍ତି ଉଠାଇଥିଲା । ଜିହାଦ ଶବ୍ଦର ଅର୍ଥ ହିଂସାତ୍ମକ ତଥା ମାରଣାସ୍ତ୍ରରେ ଯୁଦ୍ଧ କରିବା ବୋଲି ଦଳ କହିଥିଲା ।

ଗତ ବିଧାନସଭା ନିର୍ବାଚନ ଓ ପରବର୍ତ୍ତୀ ସମୟରେ ରାଜ୍ୟବ୍ୟାପୀ ହିଂସାତ୍ମକ କର୍ଯ୍ୟକଳାପ ପାଇଁ କୁଖ୍ୟାତି ଅର୍ଜନ କରିଛି ପଶ୍ଚିମବଙ୍ଗ । ତେବେ ଖୋଦ ମୁଖ୍ୟମନ୍ତ୍ରୀ ମମତାଙ୍କ ଏପରି ଆହ୍ବାନ ପରେ ରାଜ୍ୟରେ ତୃଣମୂଳ କଂଗ୍ରେସ କର୍ମୀମାନେ ଉତ୍ତେଜିତ ହୋଇପଡିବା ସହ ବିଜପି ବିଜେପି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ପରି ଆଶଙ୍କା ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details