ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆଶ୍ବସ୍ତି । ଉଭୟଙ୍କ ବିରୋଧରେ ଆମେରିକାର ଏକ କୋର୍ଟରେ ରୁଜୁ ହୋଇଥିବା 100 ମିଲିୟନ୍ ଡଲାର ମକଦ୍ଦମା ଖାରଜ ହୋଇଯାଇଛି । ଏହି ମାମଲା ଜଣେ କାଶ୍ମୀର ବିଛିନ୍ନତାବାଦୀ, ଖଲିସ୍ତାନ ଗୁଟଙ୍କ ସମେତ ଅନ୍ୟ 2 ଜଣ ବ୍ୟକ୍ତିଙ୍କ ଦ୍ବାରା ରୁଜୁ ହୋଇଥିଲା ।
ମାମଲାର ଶୁଣାଣି ବେଳେ 2 ତାରିଖ ଦିନ ଯାଚିକାକର୍ତ୍ତା ଉପସ୍ଥିତ ନଥିବାରୁ ମାମଲାକୁ ଖାରଜ କରି ଦିଆଯାଇଛି । ସେପ୍ଟେମ୍ବର 19, 2019ରେ ଟେକ୍ସାସର ହ୍ୟୁଷ୍ଟନରେ ଆୟୋଜିତ ହୋଇଥିବା ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପରେ ଏହି ମାମଲା ଦାଏର କରାଯାଇଥିଲା।
ଏହି ଯାଚିକାରେ ଜାମ୍ମୁ କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ରଦ୍ଦ କରାଯିବାକୁ ନେଇ ଭାରତ ସଂସଦର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା ।