ଓଡିଶା

odisha

ETV Bharat / bharat

Mamata Banerjeeଙ୍କ ନାଁରେ ମାମଲା ରୁଜୁ, ଜାତୀୟ ସଂଗୀତକୁ ଅବମାନନା ଅଭିଯୋଗ - ଜାତୀୟ ସଂଗୀତକୁ ଅସମ୍ମାନ ଅଭିଯୋଗ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(West Bengal CM Mamata Banerjee)ଙ୍କ ବିରୋଧରେ ମାମଲା ରୁଜୁ । ଅଧିକ ପଢନ୍ତୁ

Mamata Banerjee ଙ୍କ ନାମରେ ମାମଲା ରୁଜୁ, ଜାତୀୟ ସଂଗୀତକୁ ଅବମାନନା ଅଭିଯୋଗ Banerjee
Mamata Banerjee ଙ୍କ ନାମରେ ମାମଲା ରୁଜୁ, ଜାତୀୟ ସଂଗୀତକୁ ଅବମାନନା ଅଭିଯୋଗ Banerjee

By

Published : Dec 2, 2021, 12:31 PM IST

ମୁମ୍ବାଇ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(West Bengal CM Mamata Banerjee)ଙ୍କ ବିରୋଧରେ ମାମଲା ରୁଜୁ । ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାତୀୟ ସଂଗୀତ(National Anthem)କୁ ଅସମ୍ମାନ କରିବା ଅଭିଯୋଗ ଆଣିଛନ୍ତି ମୁମ୍ବାଇ ବିଜେପି ନେତା ପ୍ରବିଣ ଦାରେକର ।

ତେବେ ​​ମମତା ବାନାର୍ଜୀ ତିନି ଦିନିଆ ମୁମ୍ବାଇ ଗସ୍ତରେ ଥିବାବେଳେ ଗତକାଲି(ବୁଧବାର) ଏହି ଘଟଣା ଘଟିଥିଲା । ବିଜେପି ପଶ୍ଚିମବଙ୍ଗ ୟୁନିଟ୍ ଦ୍ୱାରା ଟ୍ୱିଟ୍ ହୋଇଥିବା ଏକ ଭିଡିଓରେ ମମତା ଜାତୀୟ ସଂଗୀତର ୨ କିମ୍ବା ୩ ଧାଡି ଗାଇବା ପରେ ଅଟକି ଯାଇଥିବା ଦେଖିବାକୁ ମିଳିଛି ।

ଟ୍ବିଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭାବରେ ମମତା ବଙ୍ଗଳାର ସଂସ୍କୃତି, ଜାତୀୟ ସଂଗୀତ ତଥା ଦେଶ ତଥା ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କୁ ଅପମାନିତ କରିଛନ୍ତି । ଏହି ଘଟଣାରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଟ୍ୱିଟ୍ କରି କହିଛନ୍ତି ଯେ, 'ଜାତୀୟ ସଂଗୀତ ହେଉଛି ଆମର ଜାତୀୟ ପରିଚୟର ଅନ୍ୟତମ ଶକ୍ତିଶାଳୀ ପ୍ରଦର୍ଶନ । ବଙ୍ଗଳା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗାନ କରାଯାଇଥିବା ଆମର ଜାତୀୟ ସଂଗୀତର ଏକ ବିକୃତ ସଂସ୍କରଣ ଅଟେ ।'

ସେହିପରି ପଶ୍ଚିମବଙ୍ଗ ବିଜେପି ସଭାପତି ଡ. ସୁକାନ୍ତ ମଜୁମଦାର ଟୁଇଟ୍ କରି କହିଛନ୍ତି ଯ, 'ଏକ ସମ୍ବିଧାନ ପୋଷ୍ଟରେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ଅଫିସିଆଲ ମୁମ୍ବାଇରେ ଏକ ସମାବେଶରେ ଜାତୀୟ ସଙ୍ଗୀତକୁ ଅପମାନିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details