ମୁମ୍ବାଇ:ମହାରାଷ୍ଟ୍ର ରାଜନୀତିରେ ବିଜେପି-ଶିବସେନା ମଧ୍ୟରେ ଲାଗି ରହିଛି ମୂଷା-ବିରାଡି ଲଢେଇ । କୌଣସି ନା କୌଣସି ଘଟଣାକୁ ନେଇ ମୁହାଁମୁହିଁ ହେଉଛନ୍ତି ଦଳୀୟ ନେତା । ବର୍ତ୍ତମାନ ସମୟରେ ଭାଜପା ବିଧାୟକ ନୀତିଶ ରାଣେଙ୍କୁ ନେଇ ଟଣାଓଟରା ଲାଗି ରହିଛି । ଶୀତ ଅଧିବେଶନର ଦ୍ବିତୀୟ ଦିନରେ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ଅସଦାଚରଣ( BJP MLA Rane ridiculing Aditya Thackeray) କରିଥିବା ଅଭିଯୋଗ ରହିଛି । ଏନେଇ ମହାରାଷ୍ଟ୍ର ସରକାରରେ ତୁମ୍ବିତୋଫନ ଚାଲୁଥିବାବେଳେ ରାଣେଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଯାହାର ଆଜି ଶୁଣାଣି ହେବ ।
ସେପଟେ ବିଧାୟକ ନୀତିଶ ରାଣେ ସିନ୍ଧୁଦୁର୍ଗ ଜିଲ୍ଲା କୋର୍ଟ(Sindhudurg district court)ରେ ଅଗ୍ରୀମ ଜାମିନ ଆବେଦନ ଫାଇଲ କରିଛନ୍ତି ।