ଓଡିଶା

odisha

ETV Bharat / bharat

Facebookରେ ଆପତ୍ତିଜନକ ପୋଷ୍ଟ ପାଇଁ ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା - ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା

ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା (Case field against Mark Zuckerberg) । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ (Akhilesh Yadav) ବିରୋଧରେ ଫେସବୁକରେ ଏକ ବିବାଦୀୟ ପୋଷ୍ଟ ସାମନାକୁ ଆସିଛି । ଅଧିକ ପଢନ୍ତୁ

ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା
ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା

By

Published : Dec 2, 2021, 9:08 AM IST

ଲକ୍ଷ୍ନୌ: ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା (Case field against Mark Zuckerberg) । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ (Akhilesh Yadav) ବିରୋଧରେ ଫେସବୁକରେ (Facebook) ଏକ ବିବାଦୀୟ ପୋଷ୍ଟ ସାମନାକୁ ଆସିଛି । ଏହାପରେ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ଉତ୍ତରପ୍ରଦେଶର କନୌଜସ୍ଥିତ ଏକ କୋର୍ଟରେ ମାମଲା ରୁଜ୍ଜୁ ହୋଇଛି ।

ଜୁକରବର୍ଗଙ୍କ ସମେତ ଅନ୍ୟ ୪୯ ଜଣଙ୍କ ଏଥିରେ ଅଭିଯୁକ୍ତ ଦର୍ଶାଯାଇଛି । ଜୁକରବର୍ଗ ନିଜେ ପୋଷ୍ଟ କରି ନଥିଲେ ହେଁ ତାଙ୍କ ପ୍ଲାର୍ଟଫର୍ମକୁ ଆପତ୍ତିଜନକ ମନ୍ତବ୍ୟ ଦେବା ନିମନ୍ତେ ବ୍ୟବହାର କରାଯାଇଥିବାରୁ ତାଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ରିପୋର୍ଟ ଅନୁସାରେ କନୌଜ ଜିଲ୍ଲା ସରାହାତୀ ଗ୍ରାମ ବାସିନ୍ଦା ଅମିତ କୁମାର ଜୁକରବର୍ଗଙ୍କ ସମେତ ୪୯ଜଣଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ଏସପି ମୁଖ୍ୟ ଅଖିଳେଶଙ୍କ ଛବି ଖରାପ କରିବା ପାଇଁ ଫେସବୁକ ପେଜରେ 'ବୁଆ ବବୁଆ'ରେ ଉଦ୍ୟମ ହୋଇଥିବା ଦର୍ଶାଯାଇଛି ।

୨୦୧୯ରେ ବିଏସ୍‌ପିର ମୁଖ୍ୟ ମାୟାବତୀ ଓ ଅଖିଳେଶ ଯାଦବ ମେଣ୍ଟ କରିଥିଲେ। ତେଣୁ ମାୟାବତୀଙ୍କୁ ବୁଆ ଓ ଅଖିଳେଶଙ୍କୁ ବବୁଆ କହି ଅନେକ ପ୍ରଚାର କରାଯାଉଥିଲା। ଏହାକୁ ଆଧାର କରି ବୁଆ ବବୁଆ ନାଁରେ ଫେସବୁକ ପେଜ ତିଆରି କରାଯାଇଛି। ମେ’ ୨୫ରେ ଅମିତ କୁମାର ପ୍ରଥମେ ଏସ୍‌ପିଙ୍କୁ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ହେଲେ ସେ କୌଣସି ପଦକ୍ଷେପ ନ ନେବାରୁ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details