ଓଡିଶା

odisha

By

Published : Sep 5, 2021, 9:58 PM IST

ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ବାପାଙ୍କ ବିରୋଧରେ ଏତଲା

ବାପାଙ୍କ ନାଁରେ ଏଫଆଇଆଇ ଦାଏର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ଆଇନଠାରୁ କେହି ଊର୍ଦ୍ଧ୍ବରେ ନୁହଁନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଭୁପେଶ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ବାପାଙ୍କ ବିରୋଧରେ ଏତଲା
ମୁଖ୍ୟମନ୍ତ୍ରୀଙ୍କ ବାପାଙ୍କ ବିରୋଧରେ ଏତଲା

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କ ବିରୋଧରେ ଥାନାରେ ଦାଏର ହୋଇଛି ଏତଲା । ବାପାଙ୍କ ନାଁରେ ଏଫଆଇଆଇ ଦାଏର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ଆଇନଠାରୁ କେହି ଊର୍ଦ୍ଧ୍ବରେ ନୁହଁନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଭୁପେଶ ।

ଏଫଆଇଆର ଉପରେ ବାଘେଲ କହିଛନ୍ତି, ଜଣେ ମୁଖ୍ୟମନ୍ତ୍ରୀ ଭାବରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସୌହାର୍ଦ୍ଦ୍ୟ ରକ୍ଷା କରିବା ମୋର ଦାୟିତ୍ବ। ଯଦି ବାପା ସମାଜ ବିରୋଧରେ କିଛି କହିଥିବେ ତେବେ ମୁଁ ଏଥିପାଇଁ ଦୁଃଖିତ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସିଏମ ଭୁପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କ ଏକ ନିର୍ଦ୍ଧିଷ୍ଟ ସମୁଦାୟ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ରାୟପୁର ପୋଲିସ ଏଫଆଇଆର ଦାଏର କରିଛି । ନନ୍ଦ କୁମାରଙ୍କ 'ସର୍ବ ବ୍ରାହ୍ମଣ ସମାଜ' ବୟାନ ବିରୋଧରେ ପୋଲିସ ଶନିବାର ବିଳମ୍ବିତ ରାତିରେ ଏହି ଏତଲା ଦାଏର କରିଥିଲା ।

ଜଣେ ଅଧିକାରୀଙ୍କ କହିବାନୁଯାୟୀ, ନନ୍ଦ କୁମାର ବାଘେଲଙ୍କ ବିରୋଧରେ ଧାରା 153A (ଧର୍ମ, ଜାତି, ଜନ୍ମ ସ୍ଥାନ, ବାସସ୍ଥାନ ଏବଂ ଭାଷା ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି) ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା 505 (1) (ଖ) ଅନୁଯାୟୀ ଏତଲା ଦାଏର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାପା ବ୍ରାହ୍ମଣଙ୍କୁ ବିଦେଶୀ କହି ସେମାନଙ୍କୁ ବହିଷ୍କାର କରିବାକୁ ଅପିଲ କରିଥିବା ଅଭିଯୋଗ ହୋଇଛି ।

ABOUT THE AUTHOR

...view details