ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ୩୦ ବର୍ଷୀୟା ଯୁବତୀଙ୍କୁ ନିର୍ମମ ହତ୍ୟା । ହତ୍ୟା କରିବା ପରେ ଯୁବତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗିଦେଲା କାଠ କାରିଗର । କାଶ୍ମୀରର ବୁଡଗାମ ଜିଲ୍ଲା ସୋଇବୁଗ ଅଞ୍ଚଳରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବତୀ ୪ ଦିନ ହେଲା ନିଖୋଜ ଥିଲେ । ଗତକାଲି ପୋଲିସ ଓମପୋରା ରେଳ ବ୍ରିଜ ନିକଟରୁ ତାଙ୍କର କଟା ମୁଣ୍ଡ ଏବଂ ଶରୀରର ଅନ୍ୟ କିଛି ଅଂଶ ଉଦ୍ଧାର କରିଥିଲା । ବିଭିନ୍ନ ସ୍ଥାନରେ ଛାନଭିନ୍ କରାଯାଇ ରାତିସୁଦ୍ଧା ମୃତକଙ୍କ ଶରୀରର ସମସ୍ତ କଟା ଅଂଶ ଉଦ୍ଧାର କରିବା ସହ ଅଭିଯୁକ୍ତ କାଠ କାରିଗରକୁ ଗିରଫ କରାଯାଇଥିବା ଜଣାପଡିଛି ।
ଏହି ଘଟଣାରେ ଅଭିଯୁକ୍ତ ହେଉଛି ବୁଡଗାମ ଅଞ୍ଚଳରେ ଅବଦୁଲ ଅଜିଜ୍ ୱାନିଙ୍କ ୪୫ ବର୍ଷୀୟ ପୁଅ ସାବିର ଅହମ୍ମଦ ୱାନି । ସେ ପେଶାରେ ଜଣେ କାଠ କାରିଗର । ସୂଚନା ମୁତାବକ, ଗତ ୮ ତାରିଖ ଦିନ ତନବୀର ଅହମ୍ମଦ ଖାନ ନାମକ ଜଣେ ଯୁବତୀ ତାଙ୍କ ଭଉଣୀଙ୍କ ନିଖୋଜ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ମାର୍ଚ୍ଚ ୭ ତାରିଖରେ ତାଙ୍କର ଭଉଣୀ କୋଚିଂ କ୍ଲାସ ପାଇଁ ଘରୁ ବାହାରି ଥିଲେ । ହେଲେ ଆଉ ଘରକୁ ଫେରି ନଥିବା କହିଥିଲେ । ଏନେଇ ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।