ଓଡିଶା

odisha

ETV Bharat / bharat

ଗଙ୍ଗା ନଦୀରେ ବୁଡିଲା ପଣ୍ୟବାହୀ ଜାହାଜ, ବୁଡିଗଲା 9ଟି ହାଇୱା - ସାହିବଗଞ୍ଜରେ ଗଙ୍ଗା ନଦୀରେ ଦୁର୍ଘଟଣା

ସାହିବଗଞ୍ଜରେ ଏକ ବଡ ଦୁର୍ଘଟଣା ଘଟିଛି। ଗଙ୍ଗା ନଦୀରେ ପଣ୍ୟବାହୀ ଜାହାଜ ବୁଡ଼ିଯିବା ପରେ 9 ଟି ହାଇୱା ବୁଡ଼ି ଯାଇଛି । ଅଧିକ ପଢନ୍ତୁ

ସାହିବଗଞ୍ଜର ଗଙ୍ଗା ନଦୀରେ କାର୍ଗୋ ଜାହାଜ ବୁଡ଼ିଗଲା
ସାହିବଗଞ୍ଜର ଗଙ୍ଗା ନଦୀରେ କାର୍ଗୋ ଜାହାଜ ବୁଡ଼ିଗଲା

By

Published : Mar 25, 2022, 11:09 AM IST

ସାହିବଗଞ୍ଜ: ଆନ୍ତଃରାଜ୍ୟ ଫେରି ସେବା ଘାଟ ସାହିବଗଞ୍ଜ ଏବଂ ମନିହାରୀ ମଧ୍ୟରେ ଚାଲୁଥିବା ଏକ ମାଲବାହୀ ଜାହାଜ ବୁଡ଼ି ଯାଇଛି। ଗୁରୁବାର ରାତି 12ଟା ରୁ 1ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଜାହାଜଟି ଗଙ୍ଗାରେ ବୁଡ଼ିଯିବା ପରେ 6 ରୁ ଅଧିକ ପଥର ଏବଂ ଚିପ୍ସ ବୋଝେଇ ଗାଡି ବୁଡ଼ି ଯାଇଛି। ଗାଡିରେ ଥିବା ଡ୍ରାଇଭର ଏବଂ ହେଲପର ମଧ୍ୟ ବୁଡ଼ିଯାଇଥିବା ଆଶଙ୍କା କରାଯାଉଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ରାତିରେ ମାଲବାହୀ ଜାହାଜ ଚଳାଇବା ବେଆଇନ ବୋଲି ପୋଲିସ ବିଭାଗ ସତର୍କ କରାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଟଙ୍କା ରୋଜଗାର କରିବା ଲୋଭରେ ରାତିରେ ବେଆଇନ ଭାବେ ଅଧିକ ଯାତ୍ରା କରିବା କାରଣରୁ ଏହି ଘଟଣା ଘଟିଛି। ରାତିରେ ଗରମ ଘାଟରୁ ମାଲବାହୀ ଜାହାଜ ଓଭରଲୋଡ ଟ୍ରକ ନେଇ ମନିହାରି ଅଭିମୁଖେ ଯାତ୍ରା କରିଥିଲା। ତେବେ ଗଙ୍ଗାର ମଧ୍ୟଭାଗରେ ପ୍ରବଳ ପବନ ହେତୁ ଜାହାଜଟି ଅଟକି ରହିଥିଲା। କିଛି ସମୟ ପରେ 17 ଟି ଟ୍ରକରୁ 9 ଟି ଟ୍ରକ୍ ଗଙ୍ଗା ମଧ୍ୟରେ ବୁଡି ଯାଇଥିଲା। ଏଥିରେ ଅନେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details