ଓଡିଶା

odisha

By

Published : Jan 6, 2023, 10:49 AM IST

ETV Bharat / bharat

Kanjhawala Case: ଅଞ୍ଜଳୀକୁ ୧୨ କିଲୋମିଟର ଘୋଷାଡି ନେଇଥିବା କାର ମାଲିକ ଗିରଫ

ଦିଲ୍ଲୀର ସୁଲତାନପୁରୀର କଞ୍ଜୱାଲାରେ ଅଞ୍ଜଳୀକୁ କାର ଧକ୍କା ଦେଇ ୧୨ କିମି ଯାଏଁ ଘୋଷାଡିବା ମାମଲାରେ ବାଲେନୋ ମାଲିକ ଆଶୁତୋଷ ଗିରଫ(Car owner arrested in Kanjhawala case) । ଅଧିକ ପଢନ୍ତୁ

Kanjhawala Case update
Kanjhawala Case update

ନୂଆଦିଲ୍ଲୀ:ସୁଲତାନପୁରୀର କଞ୍ଜାୱାଲା(Kanjhawala Case) କାର ଟ୍ରାଜେଡି ମାମଲାରେ ଗିରଫ ହେଲା କାର ମାଲିକ(Car owner arrested in Kanjhawala case) । ଆଜି(ଶୁକ୍ରବାର) କାର ମାଲିକ ଆଶୁତୋଷକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ନୂଆବର୍ଷରେ ରାଜଧାନୀ ଦିଲ୍ଲୀରେ ୨୦ ବର୍ଷୀୟ ଅଞ୍ଜଳୀକୁ ବାଲେନୋ କାର ଧକ୍କା ଦେବା ସହ ୧୨ କିମି ଯାଏଁ ଘୋଷାଡି ନେଇଥିଲା । ତେବେ ଦିଲ୍ଲୀର ହିଟ ଆଣ୍ଡ ଡ୍ରାଗ ଘଟଣାରେ ୬ଜଣ ବ୍ୟକ୍ତି ସମ୍ପୃକ୍ତ ରହିଥିବା ସୂଚନା ଦିଆଯାଇଛି ।

ପୂର୍ବରୁ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ୨୬ ବର୍ଷୀୟ ଦୀପକ ଖାନ୍ନା, ୨୫ ବର୍ଷୀୟ ଅମିତ ଖାନ୍ନା, ୨୭ ବର୍ଷୀୟ କୃଷ୍ଣ, ୨୬ ବର୍ଷୀୟ ମିଥୁନ ଏବଂ ମ‌ନୋଜ ମିତ୍ତଲ । ଏନେଇ ସ୍ପେଶାଲ କମିଶନର ସାଗର ପ୍ରିତ ହୁଡା(Special Commissioner of Police Sagar Preet Hooda) ସୂଚନା ଦେଇଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ କାର ଡ୍ରାଇଭର ଆଶୁତୋଶ ପୋଲିସକୁ ଭୁଲ ତଥ୍ୟ ଦେଉଥିବା ବେଳେ ଆଜି କାର ସହ ଆଶୁତୋଷକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ଏହା ମଧ୍ୟ ପଢନ୍ତୁ: Kanjhawala case: ଆସିଲା ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟ, ମଦ୍ୟପାନ ନେଇ ମିଳିଲାନି ପ୍ରମାଣ

ଏନେଇ ଦିଲ୍ଲୀ ପୋଲିସ ତରଫରୁ ସୂଚନା ଦିଆଯାଇଛି ଯେ, " ଡିସେମ୍ବର ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅଞ୍ଜଳୀ ଏବଂ ତାଙ୍କ ସହଯୋଗୀ ନିଧି ମଧ୍ୟରେ ହୋଇଥିବା ୨୫ କଲ ଟ୍ରାକ କରାଯାଇଥିଲା । ଦୁର୍ଘଟଣାସ୍ଥଳର ଆଖପାଖ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ତଦନ୍ତ ଜାରି ରହିଛି । ଲାଇ ଡିଟେକ୍ଟର ଏବଂ ନାର୍କୋ ଟେଷ୍ଟ କରାଗଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ।" ଗତକାଲି ଗିରଫ ୫ ଜଣ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ ।

ପ୍ରକାଶଯୋଗ୍ୟ ଯେ, ନୂଆବର୍ଷ ପୂର୍ବ ରାତିରେ ଏହି ଛାତିଥରା ଦୁ୍ର୍ଘଟଣା ଘଟିଥିଲା । ଏଥିରେ ୨୦ ବର୍ଷୀୟ ମୃତକ ଅଞ୍ଜଳି ନିଜ ସହଯୋଗୀ ନିଧି ସହ ଯାଇଥିବା ବେଳେ ଏକ ବାଲେନୋ କାର ତାଙ୍କୁ ପଛପଟୁ ଧକ୍କା ଦେବା ସହ ୧୨କିମି ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଫଳରେ ଯୁବତୀଙ୍କ ମୃତ୍ୟୁ ହେବା ସହ ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଯୌନ ଶୋଷଣ କିମ୍ବା ଯୁବତୀ ମଦ୍ୟପାନ କରିଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରେ କୌଣସି ତଥ୍ୟ ସାମ୍ନାକୁ ଆସିନଥିଲା । ଗଭୀର ଆଘାତ ଲାଗିବା ଓ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details