ମୁମ୍ବାଇ:ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବାକୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ରାଇଗଡ ଜିଲ୍ଲା ରୋପଲି ଅଞ୍ଚଳର ଗୋଆ ମୁମ୍ବାଇ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଆହତଙ୍କ ମଧ୍ୟରେ ୫ଜଣ ପୁରୁଷ ରହିଥିବା ବେଳେ ତିନି ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଆହତ ଜଣଙ୍କ ମଧ୍ୟ ଶିଶୁ ହୋଇଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଗତ ଜାନୁଆରୀ ୧୩ ତାରିଖରେ ମହାରାଷ୍ଟ୍ରରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ୫୦ ଜଣ ଶ୍ରଦ୍ଧାଳୁଙ୍କୁ ଶିରିଡି ନେଇ ଯାଉଥିବା ଏକ ଘରୋଇ ବସ୍ ଟ୍ରକ ସହ ମୁହାମୁହିଁ ଧକ୍କା ହେବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ନାଶିକ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିଲା । ବସ୍ଟି ଶିରିଡି ଯାଉଥିବା ବେଳେ ନାଶିକ-ଶିରିଡି ହାଇୱେର ପାଥେର ଠାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ଦେଇଥିଲା । ୧୦ ମୃତକଙ୍କ ମଧ୍ୟରେ ୭ ଜଣ ମହିଳା, ଦୁଇ ନାବାଳକ ଓ ଜଣେ ପୁରୁଷ ରହିଥିଲେ ।