ଓଡିଶା

odisha

ଅଟୋକୁ ଧକ୍କା ଦେଲା କାର୍, 3 ମୃତ

By

Published : Mar 19, 2021, 11:08 AM IST

ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲା ନିରୁକୁଲ୍ଲା ଗାଁ ନିକଟରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ତିନି ମୃତ । ଅଧିକ ପଢନ୍ତୁ...

ସଡକ ଦୁର୍ଘଟଣା ଚାଲିଗଲା ତିନି ଜୀବନ
ସଡକ ଦୁର୍ଘଟଣା ଚାଲିଗଲା ତିନି ଜୀବନ

ହାଇଦ୍ରାବାଦ: ଭୟଙ୍କର ସଡକ ଦୁର୍ଘଟଣା । ଅଟୋକୁ ପିଟିଲା କାର । ଅଟୋରେ ଥିବା ତିନିଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ 8ଜଣ ଗୁରୁତର ଆହତ ହୋଇଛନ୍ତି । ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲା ନିରୁକୁଲ୍ଲା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଅଟୋରେ ମହିଳାମାନେ ଚିଲ୍ଲିକ୍ରୋପ ଅଞ୍ଚଳକୁ କାମ କରିବାକୁ ଯାଉଥିଲେ । ଦୁର୍ଘଟଣାରେ ତିନିଜଣ ମହିଳାଙ୍କର ମୃତ୍ୟୁ ହୋଇଛି । 8ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂଙ୍କଟାପନ୍ନ ରହିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details