ଚଣ୍ଡୀଗଡ:ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ବେଆଇନ ବାଲି ଖନନରେ ନିଜ ସମ୍ପୃକ୍ତି ନେଇ ମନା କରିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଚନ୍ନିଙ୍କ ସମେତ କଂଗ୍ରେସର ଅନ୍ୟ ନେତା ତଥା ବିଧାୟକ ବାଲି ଖନନରେ ସାମିଲ ଅଛନ୍ତି । ଶନିବାର କଂଗ୍ରେସ ସରକାର ଉପରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ଅଧ୍ୟକ୍ଷ କ୍ୟାପେଟେନ ଅମରିନ୍ଦର ସିଂହ । କ୍ୟାପଟେନ କହିଛନ୍ତି, ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟରେ କଂଗ୍ରେସର ଏହି ତୁଙ୍ଗ ନେତାମାନେ ବାଲି ମାଫିଆରେ ଲିପ୍ତ ଥିବା ସୂଚନା ପାଇଥିଲେ ।
ଉପରଠୁ ତଳ ଯାଏଁ, ବରିଷ୍ଠ ମନ୍ତ୍ରୀଗଣ ମଧ୍ୟ ଏହି ବେଆଇନ କାର୍ଯ୍ୟରେ ସାମିଲ ଅଛନ୍ତି । ନିଜ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ସମୟରେ ମୁଁ ଏ ସମ୍ପର୍କରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅବଗତ କରିଥିଲି । ଏହି ମାମଲାରେ ମୁଁ କଣ କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି ସେ ପଚାରିଥିଲେ ଏବଂ ମୋତେ ଉପର ସ୍ତରରୁ ଆରମ୍ଭ କରିବାକୁ ପଡିବ ବୋଲି ମୁଁ ଅନ୍ତରୀଣ ଅଧ୍ୟକ୍ଷାକୁ କହିଥିଲି ।