ଓଡିଶା

odisha

ETV Bharat / bharat

ପଞ୍ଜାବ କଂଗ୍ରେସ ମୁଖ୍ୟ ପଦ ଛାଡିଲେ ସିଦ୍ଧୁ, କଣ କହିଲେ କ୍ୟାପ୍ଟେନ ?

ସିଦ୍ଧୁଙ୍କ ଇସ୍ତଫା ନେଇ ବୟାନ ଦେଇଛନ୍ତି ଦିଲ୍ଲୀ ଗସ୍ତରେ ଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ । ସିଦ୍ଧୁ ଜଣେ ସ୍ଥିର ବ୍ୟକ୍ତି ନୁହଁନ୍ତି । ପଞ୍ଜାବ ଓ ସୀମାବର୍ତ୍ତୀ ରାଜ୍ୟ ପାଇଁ ସେ ସଠିକ ନୁହଁନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଅମରିନ୍ଦର । ଅଧିକ ପଢନ୍ତୁ...

ସିଦ୍ଧୁଙ୍କ ଇସ୍ତଫା, କଣ କହିଲେ କ୍ୟାପ୍ଟେନ ?
ସିଦ୍ଧୁଙ୍କ ଇସ୍ତଫା, କଣ କହିଲେ କ୍ୟାପ୍ଟେନ ?

By

Published : Sep 28, 2021, 4:35 PM IST

ନୂଆଦିଲ୍ଲୀ:ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ । ପଞ୍ଜାବର ଭବିଷ୍ୟତ ସହ ବୁଝାମଣା କରିପାରିବି ନାହିଁ, କହି ସୋନିଆଙ୍କୁ ଇସ୍ତଫା ପତ୍ର ପଠାଇଦେଇଛନ୍ତି ସିଦ୍ଧୁ । ଏହାପରେ ପଞ୍ଜାବ ରାଜନୀତିରେ ଭୂମିକମ୍ପ ସୃଷ୍ଟି ହୋଇଛି।

ସିଦ୍ଧୁଙ୍କ ଇସ୍ତଫାକୁ ନେଇ ବୟାନ ଦେଇଛନ୍ତି ଦିଲ୍ଲୀ ଗସ୍ତରେ ଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ । ସିଦ୍ଧୁ ଜଣେ ସ୍ଥିର ବ୍ୟକ୍ତି ନୁହଁନ୍ତି । ପଞ୍ଜାବ ଓ ସୀମାବର୍ତ୍ତୀ ରାଜ୍ୟ ପାଇଁ ସେ ସଠିକ ନୁହଁନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଅମରିନ୍ଦର ।

ପାଖାପାଖି ୨ ମାସ ପୂର୍ବରୁ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଅସନ୍ତୋଷ ସତ୍ତ୍ବେ ସିଦ୍ଧଙ୍କୁ ପଞ୍ଜାବ ପିସିସି ଦାୟିତ୍ବ ଦେଇଥିଲା କଂଗ୍ରେସ । ଏହାପରେ କ୍ୟାପ୍ଟେନଙ୍କ ସହ ଆରମ୍ଭ ହୋଇଥିଲା ସିଦ୍ଧଙ୍କ ବିବାଦ । ଏହି କାରଣରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପ୍ଟେନ ଅମରିନ୍ଦର ସିଂ । ସିଦ୍ଧୁ ଦେଶ ପାଇଁ ବିପଦ । ଆବଶ୍ୟକ ପଡିଲେ ଆସନ୍ତା ବିଧାନସଭା ନିର୍ବାଚନରେ ସିଦ୍ଧଙ୍କ ବିରୋଧରେ ମଜବୁତ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ କ୍ୟାପ୍ଟେନ ।

ମଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ସିଦ୍ଧୁଙ୍କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ କ୍ୟାପଟେନ । ଅମରିନ୍ଦର କହିଥିଲେ, ନବଜୋତ ସିଂ ସିଦ୍ଧୁ ଜଣେ ଅକ୍ଷମ ବ୍ୟକ୍ତି । ସେ ପଞ୍ଜାବ କଂଗ୍ରେସ ପାଇଁ ବିପର୍ଯ୍ୟୟ ସାବ୍ୟସ୍ତ ହୋଇପାରନ୍ତି । ସେହିପରି ଜାତୀୟ ସୁରକ୍ଷା ପ୍ରତି ସିଦ୍ଧୁ ମଧ୍ୟ ବିପଦ ବୋଲି ଅଭିଯୋଗ ଆଣି ଭର୍ତ୍ସନା କରିଥିଲେ ।

ସିଦ୍ଧୁ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଦେଶ ପାଇଁ ବିପଦ। ତାଙ୍କର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପାକ ସେନା ମୁଖ୍ୟ ଜେନେରାଲ ବାଜଓ୍ବାଙ୍କ ସହ ସମ୍ପର୍କ ରହିଛି । ଯାହା ଦେଶର ସୁରକ୍ଷା ସମ୍ପର୍କିତ ବିପଦ ବୋଲି କହିଥିଲେ ଅମରିନ୍ଦର ସିଂ ।

କେବଳ ସେତିକି ନୁହେଁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଘୋଷଣା କରିଥିଲେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ସମାନ୍ତରାଳ ପ୍ରାର୍ଥି ଦେବେ । କୌଣସି ସ୍ଥିତିରେ ସିଦ୍ଧୁଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଦେବେ ନାହିଁ । କାରଣ ସିଦ୍ଧୁ ଜାତୀୟ ସୁରକ୍ଷା ପାଇଁ ବିପଦ । କ୍ୟାପ୍ଟେନ ଆହୁରି କହିଥିଲେ , ସିଦ୍ଧୁ କେବଳ ପଞ୍ଜାବ ପାଇଁ ନୁହେଁ ସାରା ଦେଶ ପାଇଁ ବିପଦ ।

ABOUT THE AUTHOR

...view details