ଓଡିଶା

odisha

ETV Bharat / bharat

Indian Army Aviation: ସ୍ଥଳ ସେନାର ପ୍ରଥମ ମହିଳା ଲଢୁଆ ପାଇଲଟ୍‌ ହେଲେ ଅଭିଳାଷା, ହରିୟାଣା ପାଇଁ ଆଣିଲେ ଗୌରବ - ପ୍ରତିରକ୍ଷା ସେବାରେ ମହିଳା

ପ୍ରତିରକ୍ଷା ସେବାରେ ମହିଳାଙ୍କୁ ସାମିଲ କରିବା ନିଷ୍ପତ୍ତିର ୩ ବର୍ଷ ପରେ ସ୍ଥଳ ସେନାକୁ ମିଳିଛି ଏହାର ପ୍ରଥମ ମହିଳା ଲଢୁଆ ପାଇଲଟ । ହରିୟାଣାର ଅଭିଳାଷା ବାରକ ପ୍ରଥମ ମହିଳା ଭାବେ ଏହି ସଫଳତା ଲାଭ କରିଛନ୍ତି । ଅଧିକ ପଢନ୍ତୁ

ପ୍ରଥମ ମହିଳା ଲଢୁଆ ପାଇଲଟ ହେଲେ ଅଭିଳାଷା, ହରିୟାଣା ପାଇଁ ଆଣିଲେ ଗର୍ବ
ପ୍ରଥମ ମହିଳା ଲଢୁଆ ପାଇଲଟ ହେଲେ ଅଭିଳାଷା, ହରିୟାଣା ପାଇଁ ଆଣିଲେ ଗର୍ବ

By

Published : May 28, 2022, 3:40 PM IST

Updated : May 28, 2022, 3:47 PM IST

ଚଣ୍ଡିଗଡ଼:ହରିୟାଣାର ବଲନ୍ଦ ଗାଁର ଝିଅ ଅଭିଳାଷା ବାରକ ପ୍ରଥମ ମହିଳା କମ୍ପାଟ ଏଭିଏଟର (Captain Abhilasha Barak) ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି । ସେ ଦୁଇ ସାମରିକ ବାହିନୀ ମଧ୍ୟରେ ଲଢୁଥିବା ପ୍ରଥମ ମହିଳା ବିମାନ ପାଇଲଟ୍ (First Woman Combat Aviator) ହେବାକୁ ଯାଉଛନ୍ତି । ଅଭିଳାଷାଙ୍କ ଏହି ଉପଲବ୍ଧିକୁ ଭାରତୀୟ ସ୍ଥଳ ସେନା 'ଗୋଲ୍ଡେନ ଲେଟର ଡେ' ଭାବେ ବିବେଚନା କରିଛି । ଛୋଟ ଗାଁରୁ ଲଢୁଆ ପାଇଲଟ ହେବାର ଯାତ୍ରା କୌଣସି ଫିଲ୍ମ କାହାଣୀଠାରୁ କମ ନୁହେଁ । ସେ ଅନେକ ସଂଘର୍ଷ କରି ଏହି ସଫଳତା ହାତେଇବାରେ ସକ୍ଷମ ହୋଇଛନ୍ତି ।

ରକ୍ତରେ ରହିଛି ଦେଶ ସେବା:-ଅଭିଳାଷା ବାରକଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିବା ବେଳେ ସେ ଦେଶ ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ସମ୍ବାଳିବାକୁ ଯାଉଛନ୍ତି । ଅଭିଳାଷାଙ୍କ ପରିବାର ପଞ୍ଚକୁଲାରେ ବାସ କରୁଛନ୍ତି । ତାଙ୍କ ପିତା ଓମ ସିଂ ଅବସରପ୍ରାପ୍ତ କର୍ଣ୍ଣଲ ଥିବା ବେଳେ ଭାଇ ମଧ୍ୟ ଆର୍ମି ଅଫିସର ଭାବେ ଦେଶ ସେବା କରିଛନ୍ତି । ଫଳରେ ତାଙ୍କ ରକ୍ତରେ ଦେଶ ସେବା ପାଇଁ ଏକାଗ୍ରତା ଭରି ରହିଛି ।

ଛାଡ଼ିଥିଲେ ଆମେରିକା ଚାକିରି:-କ୍ୟାପଟେନ ଅଭିଳାଷା ହିମାଚଳର ପ୍ରସିଦ୍ଧ ଦ ଲରେନ୍ସ ସ୍କୁଲରୁ ତାଙ୍କ ପାଠପଢା ଶେଷ କରିଥିଲେ । ୨୦୧୬ ମସିହାରେ ସେ ଦିଲ୍ଲୀର ଟେକ୍ନୋଲୋଜି ୟୁନିଭର୍ସିଟିରୁ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଇଞ୍ଜିନିୟରିଂରେ ବି.ଟେକ୍ କରିଥିଲେ । ଏହାପରେ ସେ ଆମେରିକାରେ ମଧ୍ୟ ଭଲ ଦରମା ପାଉଥିଲେ । କିନ୍ତୁ ପ୍ରାୟ ଏକ ବର୍ଷ ପରେ ସେ ଚାକିରି ଛାଡି ଦେଶ ପାଇଁ ସେବା କରିବାର ନିଷ୍ପତ୍ତି ​ନେଇ​ଥିଲେ ।

ପ୍ରଥମ ମହିଳା ଲଢୁଆ ପାଇଲଟ ଅଭିଳାଷା

ଭାଇର ପାସିଙ୍ଗ ଆଉଟ ପରେଡରୁ ନେଇଥିଲେ ନିଷ୍ପତ୍ତି:-ଅଭିଳାଷାଙ୍କ ଭାଇ ମେଜର ଅବିନାଶ ମଧ୍ୟ ଉତ୍ତର ଜୋନର ଏକ ପୋଷ୍ଟରେ ଥିଲେ । ଅବିନାଶ NDA ମାଧ୍ୟମରେ ଦ୍ବାଦଶ ପରେ ସେନାରେ ଭର୍ତ୍ତି ହୋଇଥିଲେ । ୨୦୧୩ରେ ଅବିନାଶଙ୍କ ପାସ୍ ପ୍ୟାରେଡ୍ IMAରେ ଅନୁଷ୍ଠିତ ହୋଇଥିଲା । ପିତା ଅବସରପ୍ରାପ୍ତ କର୍ଣ୍ଣେଲ ଓମ ସିଂ କହିଛନ୍ତି ଯେ, ଅଭିଳାଷା ମଧ୍ୟ ତାଙ୍କ ଭାଇଙ୍କ ପରେଡକୁ ଯାଉଥିଲେ । ଏହା ପରେ ସେ ଦେଶର ସେବାରେ ଯୋଗଦେବା ପାଇଁ ଏକ ଦୃଢ ଇଚ୍ଛା ଶକ୍ତି ଜାଗ୍ରତ କରିଥିଲେ ।

ପ୍ରଥମ ମହିଳା ଲଢୁଆ ପାଇଲଟ ହେଲେ ଅଭିଳାଷା

ଉଚ୍ଚତା ପାଇଁ ମିଳିଲାନି ବାୟୁସେନା ଅଧିକାରୀ:- କର୍ଣ୍ଣେଲ ଓମ୍‌ ସିଂ କହିଛନ୍ତି ଯେ, ଭାରତ ଆସିବା ପରେ ଅଭିଳାଷା ବାୟୁସେନା ଯିବାକୁ ଚାହୁଁଥିଲେ । ସେ ଜଣେ ଯୁଦ୍ଧ ବିମାନ ପାଇଲଟ୍ ହେବାକୁ ଚାହୁଁଥିଲେ । ଏଥିପାଇଁ ସେ ଦୁଇଥର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଉଚ୍ଚତା ଯୋଗୁଁ ସେ ବାୟୁସେନାରେ ମନୋନୀତ ହୋଇପାରିନଥିଲେ । ଅଭିଳାଷାଙ୍କ ପିତା କହିଥିଲେ ଯେ, ଏୟାରଫୋର୍ସ ଯୁଦ୍ଧ ବିମାନ ପାଇଲଟ ହେବା ପାଇଁ ଜଣଙ୍କର ଉଚ୍ଚତା ୧୬୫ ସେମି ହେବା ଉଚିତ । କିନ୍ତୁ ତାଙ୍କ ଉଚ୍ଚତା ୧୬୩.୫ ସେମି ଥିଲା ।

ପ୍ରଥମ ମହିଳା ଲଢୁଆ ପାଇଲଟ ହେଲେ ଅଭିଳାଷା

ମାନିନଥିଲେ ହାର:- ଆମେରିକାରୁ ଚାକିରି ଛାଡିବା ପରେ ନିଜ ଦେଶକୁ ଫେରି ଅଭିଳାଷା ୨୦୧୮ରେ ଅଫିସର୍ସ ଟ୍ରେନିଂ ଏକାଡେମୀ ମାଧ୍ୟମରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ସେ ଏକ ଯୁଦ୍ଧ ବିମାନ ପରିବହନକାରୀ ଭାବରେ ଟ୍ରେନିଂ ନେଇଥିଲେ । ସେ ବିଶ୍ବାସ କରୁଥିଲେ ଯେ ଦିନେ ସେନାରେ ଥିବା ମହିଳାମାନଙ୍କର ଆକାଶରେ ଉଡ଼ିବାର ସ୍ବପ୍ନ ନିଶ୍ଚିତ ରୂପେ ପୂରଣ ହେବ । କାରଣ ପୂର୍ବରୁ ଭାରତୀୟ ସେନାରେ ମହିଳାମାନେ କେବଳ ଗ୍ରାଉଣ୍ଡ ଡ୍ୟୁଟିର ଅଂଶ ଥିଲେ । ସେ ଅନେକ ବୃତ୍ତିଗତ ସାମରିକ ପାଠ୍ୟକ୍ରମ କରିଥିଲେ ଏବଂ ପାଇଲଟ୍ ହେବା ପାଇଁ ପ୍ରତ୍ୟେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କ ସ୍ବପ୍ନ ଥିଲା ପାଇଲଟ ହେବା ଏବଂ ଦେଶର ସେବା କରିବା । କିନ୍ତୁ ଉଚ୍ଚତା ଯୋଗୁଁ ଏହି ସ୍ବପ୍ନ ବାୟୁସେନାରେ(Air Force) ପୂରଣ ହୋଇପାରିଲା ନାହିଁ । ଏଣୁ ସେ ସେନାର(Indian Army) ରାସ୍ତା ବାଛିଲେ ଏବଂ ଆଜି ତାଙ୍କର ସ୍ବପ୍ନ ସାକାର ହୋଇଛି ।

Last Updated : May 28, 2022, 3:47 PM IST

ABOUT THE AUTHOR

...view details