ନୂଆଦିଲ୍ଲୀ:ସୋମବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ(Capt Amarinder Singh to join BJP) । ଏହାକୁ ନେଇ ପଞ୍ଜାବ ଲୋକ କଂଗ୍ରେସର ମୁଖପାତ୍ର ପ୍ରୀତପାଲ୍ ସିଂହ ବାଲିୱାଲ ସୂଚନା ପ୍ରଦାନ କରିଛନ୍ତି(PLC spokesperson Pritpal Singh Baliawal) । ଖାଲି ସେତିକି ନୁହେଁ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେବାପରେ ବିଜେପିରେ ପଞ୍ଜାବ ଲୋକ କଂଗ୍ରେସର ମିଶ୍ରଣ ଘଟିବ (Punjab Lok Congress likely to merge with BJP)।
ଏହାପୂର୍ବରୁ ସେପ୍ଟେମ୍ବର ୧୨ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ କ୍ୟାପଟେନ୍ ଅମରିନ୍ଦର ସିଂହ । ଏହାକୁ ନେଇ ସେ ଟ୍ବିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ । ସେ କହିଥିଲେ, "ଗୃହମନ୍ତ୍ରୀଙ୍କ ସହ ଏକ ସଫଳ ସାକ୍ଷାତାକାର ହୋଇଛି । ଜାତୀୟ ସୁରକ୍ଷାକୁ ନେଇ ତାଙ୍କ ସହ ଅନେକ ଦିଗକୁ ନେଇ ଆଲୋଚନା କରିଛି । ରାଜ୍ୟରେ ବଢ଼ୁଥିବା ନିଶା କାରବାର୍ କିଭଳି ରୋକ୍ ଲଗାଇ ହେବ ତାହକୁ ନେଇ ରୋଡମ୍ୟାପ୍ ପ୍ରସ୍ତୁତି ସହ ପଞ୍ଜାବର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଲୋଚନା ହୋଇଛି ।"