ଚଣ୍ଡିଗଡ଼: ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବଗଠିତ ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଆଜି ତାଙ୍କ ଟେଷ୍ଟିଂ ରିପୋର୍ଟ ପଜିଟିଭ ଆସିବା ପରେ ସେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ସେହିପରି ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜ ଆଡୁ ପରୀକ୍ଷା କରିବାକୁ ମଧ୍ୟ କ୍ୟାପଟେନ ସିଂ ଅନୁରୋଧ କରିଛନ୍ତି ।
କ୍ୟାପଟେନ ସିଂ କହିଛନ୍ତି, ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ସେ ପରୀକ୍ଷା କରାଇଥିଲେ । ତେବେ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ପୃଥକ ରଖିଛନ୍ତି । ତାଙ୍କ ଠାରେ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ମଧ୍ୟ ପ୍ରକାଶ ପାଇନାହିଁ । ସେ ଡାକ୍ତରୀ ପରାମର୍ଶରେ ଗୃହ ସଙ୍ଗରୋଧରେ ଅଛନ୍ତି ।