ହାଇଦ୍ରାବାଦ: ଦୀର୍ଘ 3 ବର୍ଷ ହେଲା ମହାମାରୀ କୋରନା (Covid) କୁ ନେଇ ସାରା ବିଶ୍ବ ତ୍ରାହି ତ୍ରାହି ଡାକୁଛି । ସ୍ବାଭାବିକ ଜୀବନ ଯାତ୍ରା ଏକ ପ୍ରକାର କଟକଣାରେ ଚାଲିଛି । କୋଭିଡର ଗୋଟିଏ ପରେ ଗୋଟିଏ ନୂଆ ନୂଆ ଭ୍ୟାରିଏଣ୍ଟ ପୁରା ବିଶ୍ବବାସୀଙ୍କୁ ବିପର୍ଯ୍ୟୟକୁ ଠେଲି ଦେଉଛି । କୋଭିଡ ମୁକାବିଲା ଜାରି ରହିଛି । ବିଭିନ୍ନ ଦେଶ ନିଜ ନିଜ ଟିକା ତିଆରି କରିବାରେ ଲାଗିଛନ୍ତି । ଟିକାକୁ ନେଇ ପରୀକ୍ଷା ନିରୀକ୍ଷା ମଧ୍ୟ ଜାରି ରହିଛି । ହେଲେ ଏହାରି ମଧ୍ୟରେ ଗଞ୍ଜେଇକୁ ନେଇ ପୁଣି ଏକ ଚମକାଇ ଦେଲା ଭଳି ତଥ୍ୟ ଦେଇଛନ୍ତି ଆମେରିକା ଓରେଗନ ଷ୍ଟେଟ ବିଶ୍ବବିଦ୍ୟାଳୟ (Oregon State University) ର ଗବେଷକ ମାନେ ।
ଓରେଗନ ଷ୍ଟେଟ ବିଶ୍ବବିଦ୍ୟାଳୟ (Oregon State University) ର ବିଶିଷ୍ଟ ଫାର୍ମାକଲୋଜିଷ୍ଟ ରିଚାର୍ଡ ଭାନ ବ୍ରେମେନଙ୍କ ଦ୍ବାରା ପ୍ରକାଶିତ ଏକ ଜର୍ଣ୍ଣାଲ ଅନୁସାରେ ଗଞ୍ଜେଇରେ ଥିବା କାନାବିନଏଡ ଏସିଡ କୋଭିଡ ସୃଷ୍ଟି କରୁଥିବା ସାର୍ସ-କୋଭ୨ (SARS-CoV-2 ଭୂତାଣୁକୁ ମଣିଷ ଶରୀରେ ପ୍ରବେଶ କରିବାକୁ ଦେଉନାହିଁ । ଫାର୍ମାକଲୋଜିଷ୍ଟ ରିଚାର୍ଡ ଭାନ ବ୍ରେମେନ କହିଛନ୍ତି ଗଞ୍ଜେଇ ହେଉଛି ଫାଇବରର ଉତ୍ସ । ଯାହା ମଣିଷ ପଶୁର ଖାଦ୍ୟ ପାଇଁ ବ୍ୟବହୃତ ହୋଇଥାଏ । ଏହାସହ କସମେଟିକ, ବଡି ଲୋସନ, ବିଭିନ୍ନ ସପ୍ଲିମେଣ୍ଟ ଖାଦ୍ୟରେ (Hemp is a source of fibre, food and animal feed, and multiple hemp extracts and compounds are added to cosmetics) ସାମିଲ କରାଯାଇଥାଏ ।