ବରଗଡ: ହୋଲିର ରଙ୍ଗରେ ରଙ୍ଗୀନ ସାରା ରାଜ୍ଯ । ଆଉ ଏହି ହୋଲି ପର୍ବ ପାଳନ ମଧ୍ୟରେ ଏକ ଏପରି ଫଟୋ ସାମ୍ନାକୁ ଆସିଛି, ଯାହା ବିକାଶର ରଙ୍ଗୀନ ଚିତ୍ରର ସ୍ବପ୍ନ ଦେଖାଉଥିବା ସରକରାଙ୍କୁ କିଛି କ୍ଷଣ ଭାବିବାକୁ ବାଧ୍ୟ କରିବ । ନିଜ ଶରୀରରେ ହୋଲିର ରଙ୍ଗରେ ବରଗଡ ପାଇଁ କ୍ୟାନସର ହସ୍ପିଟାଲର ଦାବି କରିଛନ୍ତି କର୍କଟ ରୋଗୀ ତଥା ସାମାଜିକ କର୍ମୀ ଅଶ୍ବିନୀ ଦର୍ଜୀ ।
ପଶ୍ଚିମ ଓଡିଶାର ବରଗଡରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ 2020 ଜାନୁଆରୀ 21ରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘୋଷଣାକୁ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ବରଡଗବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଖାଇଥିବା ସ୍ବପ୍ନ ଏଯାଏଁ ପୁରା ହୋଇପାରିନାହିଁ ।