ଓଡିଶା

odisha

ETV Bharat / bharat

ଫ୍ଲାଇଟ୍‌ କ୍ୟାବିନରେ ହ୍ୟାଣ୍ଡ୍‌ ବ୍ୟାଗ ରଖିପାରିଲେନି, କର୍କଟ ରୋଗୀଙ୍କୁ ଓହ୍ଲାଇ ଦେଲେ ଏୟାରଲାଇନ୍ସ କର୍ମଚାରୀ - କର୍କଟ ରୋଗୀଙ୍କୁ ଓହ୍ଲାଇ ଦେଲେ ଏୟାରଲାଇନ୍ସ କର୍ମଚାରୀ

ମାନବିକତା ହରାଇଲେ ଆମେରିକୀୟ ଏୟାରଲାଇନ୍ସ କର୍ମଚାରୀ ! ବିମାନରେ କ୍ୟାବିନରେ ହ୍ୟାଣ୍ଡବ୍ୟାଗ ରଖିବାରେ ଅସମର୍ଥ ହେବାରୁ କର୍କଟ ରୋଗୀଙ୍କୁ ଓହ୍ଲାଇ ଦେଲେ ଏୟାରଲାଇନ୍ସ କର୍ମଚାରୀ । ଅଧିକ ପଢନ୍ତୁ

American Airlines
American Airlines

By

Published : Feb 5, 2023, 3:15 PM IST

ନୂଆଦିଲ୍ଲୀ:ଗଛ କିଛି ଦିନ ହେବ ବିମାନରେ ଦୁର୍ବ୍ୟବହାର ଖବର ସାମ୍ନାକୁ ଆସିଥିବା ବେଳେ ଆଜି(ରବିବାର) ପୁଣି ଏଭଳି ଏକ ଖବର ସାମ୍ନାକୁ ଆସିଛି । ସିଟ୍‌ ଉପରେ ଥିବା କ୍ୟାବିନରେ ହ୍ୟାଣ୍ଡ୍‌ବ୍ୟାଗ ରଖିବାରେ ଅସମର୍ଥ ହେବାରୁ କର୍କଟ ରୋଗୀଙ୍କୁ ବିମାନରୁ ଓହ୍ଲାଇ ଦେଲେ ବିମାନ କର୍ମଚାରୀ । ଆମେରିକୀୟ ଏୟାରଲାଇନ୍ସରୁ ଆସିଛି ଏଭଳି ଅଭିଯୋଗ । ମହିଳା କର୍କଟ ରୋଗୀ ଜଣକ ଦିଲ୍ଲୀରୁ ନ୍ୟୁୟର୍କ ଯିବା ପାଇଁ ଟିକେଟ କରିଥିବା ବେଳେ ଟେକ୍‌ ଅଫ ପୂର୍ବରୁ ବିମାନ କର୍ମଚାରୀମାନେ ତାଙ୍କୁ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିଥିବା ମହିଳା ଜଣକ ହେଉଛନ୍ତି ମିନାକ୍ଷୀ ସେନ୍‌ ଗୁପ୍ତା ।

ମିନାକ୍ଷୀ ସେନ ଗୁପ୍ତାଙ୍କ ଅଭିଯୋଗ ଅନୁସାରେ, ଏୟାରଲାଇନ୍ସର ଏଏ-୩୯୩ ବିମାନରେ ସେ ଦିଲ୍ଲୀରୁ ନ୍ୟୁୟର୍କ ଯିବା ପାଇଁ ଟିକେଟ କରିଥିଲେ । ଉପଯୁକ୍ତ ସମୟରେ ଫ୍ଲାଇଟରେ ମଧ୍ୟ ଚଢିଥିଲେ । ତେବେ ଗତ କିଛ ଦିନ ହେବ ସେ କର୍କଟ ରୋଗରେ ଅସ୍ତ୍ରୋପଚାର କରିଥିଲେ । ଏହାପରେ ତାଙ୍କର ପ୍ଲାଷ୍ଟର ଲଗାଯାଇଥିଲା । ତେଣୁ ସେ ବ୍ୟାଗ ଉଠାଇ କ୍ୟାବିନରେ ରଖିବା ପାଇଁ ଅସମର୍ଥ ହୋଇଥିଲେ । ତେଣୁ ସେ କ୍ରୁ ସଦସ୍ୟଙ୍କୁ ଉଠାଇ ରଖିଦେବା ପାଇଁ କହୁଥିଲେ । କିନ୍ତୁ ସେମାନେ ମହିଳାଜଣକୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ବିମାନରୁ ଓହ୍ଲାଇଯିବା ପାଇଁ କହିଥିଲେ । ତେବେ ଏହି ଘଟଣାକୁ ନେଇ ମିନାକ୍ଷୀ ସେନ ଗୁପ୍ତା ଆମେରିକୀୟ ଏୟାରଲାଇନ୍ସ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Jamia Violence Case: ଜାମିଆ ହିଂସା ମାମଲାରେ ଶର୍ଜିଲ ଇମାମ ଓ ଆସିଫ୍ ଇକବାଲ ଦୋଷମୁକ୍ତ

ଅନ୍ୟପଟେ ଏହି ଘଟଣାକୁ ନେଇ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, "ଜାନୁଆରୀ ୩୦ ତାରିଖ ଦିନ ଦିଲ୍ଲୀରୁ ନ୍ୟୁୟର୍କ ଯିବା ପୂର୍ବରୁ ଜଣେ ଯାତ୍ରୀ କ୍ରୁ ମେମ୍ବରଙ୍କ କଥା ମାନି ନଥିଲେ । ଏହାପରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ତେବେ ମହିଳାଜଣକ ନିଜର ଟିକେଟ ପଇସା ଫେରସ୍ତ କରିବା ପାଇଁ ଆମର କଷ୍ଟମର ରିଲେସନ ଟିମ୍‌ ସମ୍ପୃକ୍ତ ଯାତ୍ରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି ।"

ଏନେଇ ବେସାମରିକ ବିମାନ ଉଡ଼ାଣ ଚଳାଚଳ ବିଭାଗର ମହାନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି, "ଏନେଇ ମାମଲା ରୁଜୁ ହୋଇଛି । ଆମେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।"

ତେବେ ମିନାକ୍ଷୀ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ଅସ୍ତ୍ରପୋଚାର ହୋଇଛି । ସେ ଭାରତକୁ ଛୁଟି କାଟିବା ପାଇଁ ଆସିଥିଲେ ।ଛୁଟି ସରିବା ପରେ ନ୍ୟୁୟର୍କ ଯିବା ପାଇଁ ଟିକେଟ କରିଥିବା ବେଳେ ଏହି ଘଟଣା ଘଟିଥିବା କଥା କହିଛନ୍ତି । ଏହାପରେ ମହିଳା ଜଣକ ବିମାନରୁ ଓହ୍ଲାଇ ଅନ୍ୟ ଏକ ବିମାନରେ ନ୍ୟୁୟର୍କ ଯାଇଛନ୍ତି ।

ABOUT THE AUTHOR

...view details