ଡେରାଡୁନ:ଭାରତୀୟ ପରମ୍ପରା ଏବଂ ରୀତିନୀତିକୁ ବିଦେଶୀମାନେ ଆଜିକାଲି ଖୁବ ପସନ୍ଦ କରୁଛନ୍ତି । କେବଳ ଏତିକି ନୁହେଁ, ନିକଟରେ ଏପରି ଏକାଧିକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ କାନାଡାର ଜଣେ ସାଂସଦଙ୍କ ପୁଅ ଜଣେ ଭାରତୀୟ ଯୁବତୀଙ୍କୁ ବିବାହ କରିଛନ୍ତି । ବିବାହ ମଧ୍ୟ ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରା ଅନୁସାରେ ହୋଇଛି ।
ସୂଚନା ଅନୁସାରେ, କାନାଡାର ହାଉସ୍ ଅଫ୍ କମନ୍ ସଦସ୍ୟ କାରୋଲ ହ୍ୟୁଜଙ୍କ ପୁଅ ସାନ ଋଷିକେଶର ଶିତଲ ନାମକ ଜଣେ ଯୁବତୀଙ୍କୁ ନିଜ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ଉତ୍ସବ ସମାପିତ ହୋଇଛି । ଏଥିରେ ଉଭୟ ପକ୍ଷର ପରିବାର ସଦସ୍ୟ ସାମିଲ ହୋଇଥିଲେ । ଋଷିକେଶ ବାସିନ୍ଦା ସ୍ବର୍ଗତଃ ଶ୍ରୀରାମଙ୍କ ଝିଅ ଶୀତଲ ପାଣ୍ଡିରଙ୍କୁ ବିବାହ କରିବା ପାଇଁ ଏହି ବିଦେଶୀ ସାଂସଦଙ୍କ ପୁଅ ଆଗ୍ରହ ପ୍ରକାଶ କରିଥିଲେ । ବରର ମାତା କାରୋଲ ହ୍ୟୁଜ କାନାଡାର ଫେଡେରାଲ ନିର୍ବାଚନରେ ୪ଥର ହାଉସ ଅଫ୍ କମନ୍ସକୁ ନିର୍ବାଚିତ ହୋଇଛନ୍ତି । ନ୍ୟୁ ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟ କାରୋଲ ହ୍ୟୁଜ୍ ମଧ୍ୟ କାନାଡାର କିଛି ଗୁରୁତ୍ବପୂର୍ଣ୍ଣ କମିଟିର ଚେୟାରମ୍ୟାନ ଭାବେ ଦାୟିତ୍ବରେ ରହିଛନ୍ତି ।
ସେହିପରି ନବବିବାହିତ ଶିତଲଙ୍କ ଶଶୁର କିଥ ହ୍ୟୁଜ ମଧ୍ୟ କାନାଡାର ନିକେଲ ମାଇନିଂର ଜଣେ ଅଧିକାରୀ । ଅନ୍ୟପଟେ ଋଷିକେଶର ବାସିନ୍ଦା ଶୀତଲ ପାଣ୍ଡିରଙ୍କ ପିତା ଶ୍ରୀରାମ ପୁଣ୍ଡିରଙ୍କର କିଛି ବର୍ଷ ପୂର୍ବେ ଦେହାନ୍ତ ହୋଇଛି । ତାଙ୍କ ଚାଚା ନଟବର ଶ୍ୟାମ ଶୀତଲ ଏବଂ ତାଙ୍କ ପରିବାରର ଦାୟିତ୍ବ ନେଇଥିଲେ । ଶୀତଲ ଉତ୍ତରଖଣ୍ଡର ଓମକାରାନନ୍ଦ ବିଦ୍ୟାଳୟରେ ଅଧ୍ୟୟନ ଶେଷ କରିବା ପରେ ଅଧିକ ଅଧ୍ୟୟନ ପଇଁ କାନାଡା ଯାଇଥିଲେ । ସେଠାରେ ସେ ଉଚ୍ଚଶିକ୍ଷା ଶେଷ କରି ରିଷିକେଶ ଫେରିଆସିଥିଲେ ।