ଓଡିଶା

odisha

ETV Bharat / bharat

5 ଲକ୍ଷ କୋରୋନା ଟିକା ପାଇଁ ଭାରତକୁ ଧନ୍ୟବାଦ ଜଣାଇଲା କାନାଡା - ପ୍ରଧାନମନ୍ତ୍ରୀ ମୋଦି

ଭାରତ କାନାଡାକୁ 5 ଲକ୍ଷ କୋରୋନା ଟିକା ଯୋଗାଇବା ପରେ କାନାଡା ପ୍ରଧାନମନ୍ତ୍ରୀ ଭାରତକୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

5 ଲକ୍ଷ କୋରୋନା ଟିକା ପାଇଁ ଭାରତକୁ ଧନ୍ୟବାଦ ଜଣାଇଲା କାନାଡା
5 ଲକ୍ଷ କୋରୋନା ଟିକା ପାଇଁ ଭାରତକୁ ଧନ୍ୟବାଦ ଜଣାଇଲା କାନାଡା

By

Published : Mar 4, 2021, 1:00 PM IST

ଓଟ୍ଟାୱା: କାନାଡାକୁ ଭାରତ 5 ଲକ୍ଷ କୋରୋନା ଟିକା ବୁଧବାର ଯୋଗାଇଥିବାରୁ କାନାଡା ଦେଶକୁ ଧନ୍ୟବାଦ ଜଣାଇଛି । ତେବେ ଆଷ୍ଟ୍ରାଜେନିକା ଟିକାକୁ ଅନୁମୋଦନ ମିଳିବା ପରେ ଏହି ଟିକା କାନାଡାକୁ ପଠାଯାଇଥିବା ବେଳେ ଗୁରୁବାର କାନାଡାରେ ପହଞ୍ଚିବ ବୋଲି ଜଣାପଡିଛି ।

କାନାଡାର ଜନସେବା ଏବଂ କ୍ରୟ ମନ୍ତ୍ରୀ ଅନିତା ଆନନ୍ଦ ଟ୍ବିଟ କରି କହିଛନ୍ତି ଯେ ଆଷ୍ଟ୍ରାଜେନିକା କୋରୋନା ଟିକା ବର୍ତ୍ତମାନ କାନାଡାରେ ପହଞ୍ଚିଛି । ଗୁରୁବାର ସକାଳେ ପ୍ରଥମ ପର୍ଯ୍ୟାୟରେ 50 ହଜାର କୋରୋନା ଟିକାର ଡୋଜ ପହଞ୍ଚିଥିବା ବେଳେ ଆଉ 15 ଲକ୍ଷ ଟିକା ଆସିବ । ତେବେ ଏଥିଲାଗି ସେ ଭାରତକୁ ଧନ୍ୟବାଦ ଦେବା ସହିତ ଭବିଷ୍ୟତରେ କାନାଡା ଭାରତକୁ ସହଯୋଗ କରିବ ବୋଲି ପ୍ରତିଶୃତି ଦେଇଛନ୍ତି ।

କାନାଡାରେ 9 ଲକ୍ଷ 44 ହଜାର 600 ଡୋଜ ଫାଇଜରରୁ ଆସିଥିବା ବେଳେ ଭାରତର ସେରମ ଇନଷ୍ଟିଚ୍ୟୁଟରୁ 5 ଲକ୍ଷ ଆଷ୍ଟ୍ରାଜେନିକା ଟିକା ଏହି ସପ୍ତାହରେ ଦେଶରେ ପହଞ୍ଚିବ ବୋଲି ଅନିତା ପୂର୍ବରୁ ସୂଚନା ଦେଇଥିଲେ । ତେବେ ଟୀକାକରଣରେ ଭାରତ କାନାଡାକୁ ସହାୟତା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡାର ପ୍ରତିପକ୍ଷ ବା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ କହିଥିଲେ ।

ଭାରତରେ ସ୍ବଦେଶୀ ଟିକା ଉତ୍ପାଦନର ପ୍ରଶଂସା କରି କାନାଡାର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ବିଶ୍ବ କୋରୋନା ମହାମାରୀ ସହିତ ଲଢୁଛି ସେଥିଲାଗି ଭାରତର ଉଚ୍ଚକୋଟୀର ଔଷଧ ଉତ୍ପାଦନ ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି । ଏହାସହିତ ବିଶ୍ବକୁ କୋରୋନା ଟିକା ଯୋଗାଇବା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ତେବେ କାନାଡା ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details