ଓଡିଶା

odisha

ETV Bharat / bharat

India-Canada Tussle: ବୈଜୟନ୍ତ ପଣ୍ଡାଙ୍କ ବଡ ବୟାନ, କହିଲେ କାନାଡା ବିଛିନ୍ନତାବାଦୀ ଆନ୍ଦୋଳନ ପ୍ରସଙ୍ଗରେ ଭାରତ ସଂଗ୍ରହ କରୁ ଜନମତ - ବିଜେପି ନେତା ବୈଜୟନ୍ତ ପଣ୍ଡା

କାନାଡାରେ ଚାଲିଥିବା ବିଛିନ୍ନତାବାଦୀ ଆନ୍ଦୋଳନ ଉପରେ ଭାରତ ଜନମତ ସଂଗ୍ରହ କରିବା ନେଇ ମତ ଦେଲେ ବୈଜୟନ୍ତ ପଣ୍ଡା । ଖଲିସ୍ତାନୀ ଆତଙ୍କୀଙ୍କୁ କାନାଡା ପୃଷ୍ଠପୋଷକତା କରୁଥିବା ନେଇ କଲେ ଟାର୍ଗେଟ । ଅଧିକ ପଢନ୍ତୁ

Jay Panda jabs India Canada tussle: ‘କାନାଡାରେ ଚାଲିଥିବା ବିଛିନ୍ନତାବାଦୀ ଆନ୍ଦୋଳନ ଉପରେ ଜନମତ ସଂଗ୍ରହ କରୁ ଭାରତ’
India Canada tussle: ‘କାନାଡାରେ ଚାଲିଥିବା ବିଛିନ୍ନତାବାଦୀ ଆନ୍ଦୋଳନ ଉପରେ ଜନମତ ସଂଗ୍ରହ କରୁ ଭାରତ’

By ETV Bharat Odisha Team

Published : Sep 21, 2023, 10:05 PM IST

ନୂଆଦିଲ୍ଲୀ:ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟା ମାମଲାରେ ଏବେ ଭାରତ କାନାଡା ସମ୍ପର୍କ ଚରମ ତିକ୍ତତା ଆଡକୁ ଗତି କଲାଣି । ଏପରିକି ଉଭୟ ଦେଶ ମଧ୍ୟରେ ଭିସା ସେବା ମଧ୍ୟ ବନ୍ଦ ହେଲାଣି । ଖଲିସ୍ତାନୀ ନେତାଙ୍କୁ ଭାରତ ହତ୍ୟା କରିଥିବା କାନାଡା ପ୍ରଧାନମନ୍ତ୍ରୀ ଅଭିଯୋଗ କରୁଥିବା ବେଳେ ଏହାକୁ ଖଣ୍ଡନ କରିବା ସହ ଭାରତରେ ହିଂସାରେ ଲିପ୍ତ ଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ପାଇଁ କାନାଡା ଏବେ ଭୂସ୍ବର୍ଗ ପାଲଟିଥିବା ନୂଆଦିଲ୍ଲୀ ପାଲଟା ଅଭିଯୋଗ କରିଛି ।

ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଅନ୍ୟ ଏକ କୂଟନୈତିକ ପ୍ରସଙ୍ଗରେ ମତ ବ୍ୟକ୍ତ କରିଛନ୍ତି । କାନାଡାରେ ଦୀର୍ଘ ବର୍ଷ ଧରି ଜାରି ରହିଥିବା ବିଚ୍ଛିନ୍ନତାବାଦୀ ଆନ୍ଦୋଳନ (କ୍ୟୁବେକ ମୁଭମେଣ୍ଟ) ସମ୍ପର୍କରେ ଭାରତ ହସ୍ତକ୍ଷେପ କରିବା ଉଚିତ । ଏହି ପ୍ରସଙ୍ଗରେ ଭାରତ କାନାଡା ସହ ବନ୍ଧୁତ୍ବପୂର୍ଣ୍ଣ ପ୍ରକ୍ରିୟାରେ ଏକ ଅନଲାଇନ ଜନମତ ସଂଗ୍ରହ କରିବାର ଆବଶ୍ୟକତା ଥିବା ପଣ୍ଡା କହିଛନ୍ତି ।

ନିଜ ଏକ୍ସ (ଟ୍ବିଟର)ରେ ମତ ରଖି ପଣ୍ଡା କହିଛନ୍ତି, ଭାରତରେ ହିଂସାରେ ଲିପ୍ତ ଥିବା ଖାଲିସ୍ତାନୀ ଆତଙ୍କବାଦୀଙ୍କୁ କାନାଡା ନିଜ ମାଟିରେ ଅନୁମତି ଦେଇଛି । କାନାଡାରେ ଏକ ସ୍ବତନ୍ତ୍ର ଦେଶ ଦାବିରେ ବର୍ଷ ବର୍ଷ ଧରି ଜାରି ରହିଥିବା ‘କ୍ୟୁବେକ ଆନ୍ଦୋଳନ’ ପ୍ରସଙ୍ଗରେ ଭାରତ ହସ୍ତକ୍ଷେପ କରିବା ଆବଶ୍ୟକ । ଏହି ପ୍ରସଙ୍ଗରେ ଭାରତ ଏକ ବନ୍ଧୁତ୍ବପୂର୍ଣ୍ଣ ପ୍ରକ୍ରିୟାରେ ଏକ ଅନଲାଇନ ଜନମତ ସଂଗ୍ରହ କରିପାରିବ । ଯେମିତି ଖଲିସ୍ତାନୀ ଆତଙ୍କୀଙ୍କୁ ସେମାନଙ୍କ କାର୍ଯ୍ୟକ୍ରମ ପାଇଁ କାନାଡା ନିଜ ମାଟିରେ ସମସ୍ତ ସହଯୋଗ ଯୋଗାଇ ଆସୁଛି, ଭାରତ ମଧ୍ୟ କ୍ୟୁବେକ ଆନ୍ଦୋଳନର କାର୍ଯ୍ୟକର୍ତ୍ତାକୁ ସାହାଯ୍ୟ କରିବା ସହ ଭାରତରେ ସେମାନଙ୍କ ସ୍ବାଧୀନତା ଆନ୍ଦୋଳନକୁ ପାଳନ କରିବାକୁ ସହାୟତା କରିବାର ଆବଶ୍ୟକତା ରହିଛି । କାନାଡାର ଏହି ସ୍ବତନ୍ତ୍ର ଦେଶ ଗଠନ ଆନ୍ଦୋଳନକୁ ସମର୍ଥନ କରୁଥିବା ନେତାଙ୍କ ସହ ଭାରତ ଆଲୋଚନା କରି ସେମାନଙ୍କର ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଅବଗତ ହେବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ :- କାନାଡା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟମୂଳକ: ବିଦେଶ ମନ୍ତ୍ରଣାଳୟ

କଣ ଏହି କ୍ୟୁବେକ ଆନ୍ଦୋଳନ:-

କ୍ୟୁବେକ କାନାଡାର ଦକ୍ଷିଣ-ପୂର୍ବରେ ଥିବା ଏକ ବିଶାଳ ଅଞ୍ଚଳ । ଏହି ଅଞ୍ଚଳକୁ ଏକ ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ଦେବା ପାଇଁ ବହୁବର୍ଷ ହେବ ସ୍ଥାନୀୟ ଅଧିବାସୀ ଆନ୍ଦୋଳନ ଜାରି ରଖିଛନ୍ତି । ସେଠାରେ ପ୍ରଥମେ ଫରାସୀମାନଙ୍କ ଦ୍ବାରା ଜନବସତି ସ୍ଥାପନ ହୋଇଥିଲା । ହେଲେ ବ୍ରିଟିଶରଙ୍କ ଠାରୁ କାନାଡା ମୁକ୍ତ ହେବା ପରେ ସେମାନେ କାନାଡାର ଅଂଶ ହେଲା । ମାତ୍ର ସେମାନେ ବହୁବର୍ଷ ଧରି ସ୍ବତନ୍ତ୍ର ଦେଶ ମାନ୍ୟତା ଦାବି କରି ସ୍ବାଧୀନତା ଚାହୁଁଥିବା ବେଳେ କାନାଡା ସରକାର ସେମାନଙ୍କ ପ୍ରତି ଦମନମୂଳକ ପଦକ୍ଷେପ ଗ୍ରହଣ କରୁଛି । ଏହି ପ୍ରସଙ୍ଗରେ ପୂର୍ବରୁ ଏକାଧିକ ଥର ଜନମତ ମଧ୍ୟ ଗ୍ରହଣ କରାଯାଇଛି । ହେଲେ କାନାଡା ଏହାକୁ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ବୋଲି କହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details