ନୂଆଦିଲ୍ଲୀ: ଦୁଇଟି ପର୍ଯ୍ୟାୟ ପରେ ଏବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସଜବାଜ ହେଉଛି ଉତ୍ତରପ୍ରଦେଶ । ୟୁପିରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର । ଆଜି ସନ୍ଧ୍ୟା ୬ଟା ପରେ ସମସ୍ତ ପ୍ରଚାର କାର୍ଯ୍ୟ ବନ୍ଦ ରହିବ । ପଞ୍ଜାବରେ ମଧ୍ୟ ଆଜି ପ୍ରଚାରର ଅନ୍ତିମ ଦିନ । ଆସନ୍ତା ୨୦ ତାରିଖ ଦିନ ୟୁପିରେ ତୃତୀୟ ପର୍ଯ୍ୟାୟ ଭୋଟ ପଡିବାକୁ ଥିବାବେଳେ ପଞ୍ଜାବରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଝାଳବୁହା କ୍ୟାମ୍ପେନିଂ ଚଳାଇଛନ୍ତି ସମସ୍ତ ରାଜନୈତିକ ଦଳ । ପ୍ରଚାର ମୈଦାନରେ ବୁଲୁଛନ୍ତି ହାଇପ୍ରୋଫାଇଲ ନେତା । ରୋଡଶୋ ସାଙ୍ଗକୁ ନେତାଙ୍କ ରାଲିରେ କମ୍ପୁଛି ରାଜ୍ୟ ।
ଉତ୍ତରପ୍ରେଦଶର ୧୬ଟି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏହି ଜିଲ୍ଲାଗୁଡିକ ହେଲେ ହାଥରସ, ଫିରୋଜାବାଦ, ଏଟା, କାସଙ୍ଗଜ, ମୈନପୁରୀ, ଫରୁଖାବାଦ, କନୌଜ, ଇଟାୱା, ଔରୋୟା, କାନପୁର, ଦେହାତ, କାନପୁର ନଗର, ଜାଲୌନ, ଝାନ୍ସି, ଲଳିତପୁର, ହମୀରପୁର ଏବଂ ମହୋବା । ମୋଟ ୫୯ ବିଧାନସଭା ଆସନ ପାଇଁ ମତସାବ୍ୟସ୍ତ କରିବେ ମତଦାତା ।