ଓଡିଶା

odisha

By

Published : Jun 26, 2021, 10:49 AM IST

ETV Bharat / bharat

29ରେ ହେବ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି

ପଶ୍ଚିମବଙ୍ଗ ହାଇକୋର୍ଟ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରୋ ହୋଇଥିବା ମାମଲାର ଶୁଣାଣି କରି ଆସନ୍ତା 29କୁ ପରବର୍ତ୍ତି ଶୁଣାଣିକୁ ସ୍ଥଗିତ ରଖିଛନ୍ତି । ଅଧିକ ପଢନ୍ତୁ...

ଆସନ୍ତା 29 ରେ ହେବ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି
ଆସନ୍ତା 29 ରେ ହେବ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି

କୋଲକାତା:ପଶ୍ଚିମବଙ୍ଗ ହାଇକୋର୍ଟ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ବିଜେପି) ନେତା ତଥା ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଆବେଦନ ଉପରେ ଶୁଣାଣିକୁ ଜୁନ୍ 29 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ତେବେ ବିଧାୟକ ଶୁଭେନ୍ଦୁ ଏବଂ ତାଙ୍କ ଭାଇଙ୍କ ନାମରେ ରିଲିଫ୍ ସାମଗ୍ରୀରେ ହେର୍ ଫେର୍ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ରଦ୍ଦ କରିବାକୁ ଆବେଦନ ଶୁଭେନ୍ଦୁ ଅଧିକାରୀ ଆବେଦନ କରିଥିଲେ ।

ଜଷ୍ଟିସ କୌଶିକ ଚନ୍ଦାଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଶୁକ୍ରବାର ମାମଲାର ଶୁଣାଣି କରି ଆସନ୍ତା 29କୁ ଘୁଞ୍ଚାଇଛନ୍ତି । ସରକାରୀ ଓକିଲ ଶାଶ୍ୱତ ଗୋପାଳ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜୁନ୍ 29 କୁ ସ୍ଥିର କରିଛନ୍ତି । ଏହାପୂର୍ବରୁ ଜୁନ୍ 14 ରେ ହାଇକୋର୍ଟ ବିଜେପି ନେତା ଅଧିକାରୀ ଏବଂ ତାଙ୍କ ଭାଇ ସୌମେନ୍ଦୁଙ୍କ ବିରୋଧରେ ଚାଲିଥିବା ଯାଞ୍ଚରେ ମଧ୍ୟବର୍ତ୍ତୀକାଳୀନ ରହିବାକୁ ମନା କରିଦେଇଥିଲେ । ତେବେ ପରବର୍ତ୍ତୀ ଶୁଣାଣି ଦିନ ତଦନ୍ତରେ ମଧ୍ୟବର୍ତ୍ତୀକାଳୀନ ରହିବା ପାଇଁ ଏକ ନୂତନ ଆବେଦନ କରିବାକୁ କୋର୍ଟ ଆବେଦନକାରୀଙ୍କୁ ସ୍ବାଧୀନତା ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details