ଓଡିଶା

odisha

ETV Bharat / bharat

Panchayat Polls Documents Tampering: CBI ତଦନ୍ତ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ - ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ଡକ୍ୟୁମେଣ୍ଟ ଟାମ୍ପରିଂ ମାମଲାରେ CBI ତଦନ୍ତ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ । ହିଂସା ବନ୍ଦ ନହେଲେ ନିର୍ବାଚନ ବନ୍ଦ କରିଦେବାକୁ ନିର୍ବାଚନ ଆୟୋଗଙ୍କୁ ମଧ୍ୟ କୋର୍ଟଙ୍କ ଚେତାବନୀ ।

Panchayat Polls documents tampering: CBI ତଦନ୍ତ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ
Panchayat Polls documents tampering: CBI ତଦନ୍ତ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ

By

Published : Jun 21, 2023, 10:03 PM IST

କୋଲକାତା:ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ଡକ୍ୟୁମେଣ୍ଟ ଟାମ୍ପରିଂ ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି କୋଲକାତା ଉଚ୍ଚ ନ୍ୟାୟାଳୟ । ଏହି ମାମଲାର ଶୁଣାଣି କରି କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଜି (ବୁଧବାର) ହାଇକୋର୍ଟର ଜଷ୍ଟିସ ଅମୃତା ସିହ୍ନା ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏହାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ବାରା କରାଇବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ମାସ (ଜୁଲାଇ) 7 ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ସିବିଆଇ ଏହି ଦଲିଲ୍‌ ହେରଫେର ବା ଟ୍ୟାମ୍ପରିଂ ମାମଲାର ତଦନ୍ତ ଶେଷ କରୁ ବୋଲି କୋର୍ଟ କହିଛନ୍ତି । ଗତ ସପ୍ତାହରେ ନାମାଙ୍କନ ପ୍ରକ୍ରିୟାରେ ଦକ୍ଷିଣ-24 ପ୍ରଗଣା ଜିଲ୍ଲାରେ ବ୍ୟାପକ ହିଂସା ଘଟିଥିଲା । ଏଥିରେ ପ୍ରାୟ 8 ଜଣଙ୍କ ମୃତ୍ୟୁ ହୋଇସାରିଛି । କେବଳ ରାଜନୈତିକ ଉତ୍ତେଜନା ନୁହେଁ ବରଂ ଓ ଏଥିରେ ଡକ୍ଯୁମେଣ୍ଟ ଟ୍ୟାମ୍ପରିଂ ହୋଇଥିବା ଅଭିଯୋଗରେ ଏକ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ଲାଗି ଆବେଦନକାରୀ କୋର୍ଟକୁ ନିବେଦନ କରିଥିଲେ । କୋର୍ଟ ଆଜି ଏହି ଆବଦନକୁ ଗ୍ରହଣ କରିବା ସହ ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀଙ୍କ ସିବିଆଇ ତଦନ୍ତ ଦାବିକୁ ନେଇ ରାଜ୍ଯ ସରକାର ଓ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆପତ୍ତି ଦର୍ଶାଯାଇଥିଲା । ହେଲେ କୋର୍ଟ ଉଭୟ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ସପ୍ତାହରେ ହୋଇଥିବା ହିଂସାକୁ କୋର୍ଟ ମନେ ପକାଇବା ସହ ନିର୍ବାଚନରେ ଯଦି ଏପରି ହିଂସକ ସ୍ଥିତି ପୁଣି ଦେଖାଯାଏ, ତେବେ ନିର୍ବାଚନ ବନ୍ଦ ମଧ୍ୟ କରିଦିଆଯାଇ ପାରେ ବୋଲି ଚେତାବନୀ ଦେଇଛନ୍ତି ।

ଗତ ସପ୍ତାହରେ ହୋଇଥିବା ହିଂସା ନେଇ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ମଧ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ ଉଠାଇଥିଲେ । ସେ ନିଜେ ହିଂସା ପ୍ରଭାବିତ ସ୍ଥାନ ପରିଦର୍ଶନ କରିବା ସହ ପ୍ରଭାବିତଙ୍କ ପରିବାରକୁ ଭେଟିଥିଲେ । ରାଜଭବନରେ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ରାଜ୍ୟପାଳ । ନିର୍ବାଚନ ସମ୍ପର୍କିତ କୌଣସି ଅଭିଯୋଗ ଥିଲେ, ଜନତା ସିଧା ରାଜଭବନରେ ଅନଲାଇନ କିମ୍ବା ଅଫଲାଇନରେ ଅଭିଯୋଗ ପଞ୍ଜୀକରଣ କରିପାରିବେ ।

ପରେ ଏହି ଅଭିଯୋଗଗୁଡିକୁ ବିଶ୍ଳେଷଣ କରାଯାଇ, ସରକାର କିମ୍ବା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇ ଦେବ ରାଜଭବନ । ଏହି ଅଭିଯୋଗଗୁଡିକର ତଦନ୍ତ ପ୍ରକ୍ରିୟା ଉପରେ ମଧ୍ୟ ରାଜଭବନ ଦୃଷ୍ଟି ଦେବ ବୋଲି ରାଜ୍ୟପାଳ ବୋଷ କହିଥିଲେ । ତେବେ ଏବେ ପଶ୍ଚିମବଙ୍ଗ ସରକାର କୋଲକାତା ହାଇକୋର୍ଟରୁ ମଧ୍ୟ ଝଟକା ଖାଇଛନ୍ତି । ନିର୍ବାଚନ ଦଲିଲ ଟ୍ୟାମ୍ପରିଂ ମାମଲାରେ ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତନାଘନା କରିବ । ତେଣୁ ଶାସକ ତୃଣମୂଳ କଂଗ୍ରେସର ଅଡୁଆ ବଢିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details